ନୂଆଦିଲ୍ଲୀ,୯।୬: ରବିବାର କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେପଟେ କଂଗ୍ରେସ ତାଙ୍କୁ ଟାର୍ଗେଟ କରି କହିଛି ଯେ ଗୋଟିଏ ପଟେ ନରେନ୍ଦ୍ର ମୋଦି ଏବଂ ଏନଡିଏ ସରକାରଙ୍କ ମନ୍ତ୍ରୀମାନେ ଶପଥ ନେଉଛନ୍ତି, ଅନ୍ୟପଟେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହୋଇଛି ଯେଉଁଥିରେ ୧୦ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି।
କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଅତି କମରେ ୧୦ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ଆମ ଲୋକଙ୍କ ଉପରେ ହୋଇଥିବା ଏହି ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ ଏବଂ ଆମର ଜାତୀୟ ସୁରକ୍ଷା ପ୍ରତି ଏହି ଉଦ୍ଦେଶ୍ୟମୂଳକ ଅପମାନକୁ ଆମେ ନିନ୍ଦା କରୁଛୁ।