Categories: ଜାତୀୟ

ରାଜା ମହେନ୍ଦ୍ର ପ୍ରତାପ ସିଂ ୟୁନିଭର୍ସିଟିର ଶିଳାନ୍ୟାସ କଲେ ମୋଦି

ଆଲିଗଡ଼,୧୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂ ୟୁନିଭର୍ସିଟିର ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ବି ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ପରେ ମୋଦି ଜନତାଙ୍କୁ ରାଧାଷ୍ଟମୀର ଶୁଭେଚ୍ଛା ଜଣାଇ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଆଜିର ଦିନ ଆଲିଗଡ଼ ପାଇଁ ଓ ପଶ୍ଚିମ ଉତ୍ତର ପ୍ରଦେଶ ପାଇଁ ବଡ ଦିନ । ଆଜି ରାଧାଷ୍ଟମୀ ବ୍ରଜ ଭୂମୀର କୋରେ କୋଣେ ରାଧା ହିଁ ରାଧା । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ପୋଧନରେ ସ୍ୱର୍ଗୀୟ କଲ୍ୟାଣ ସିଂଙ୍କ ଅନୁପସ୍ଥିତିକୁ ବେଶି ଅନୁଭବ କରିଥିବା କହିଛନ୍ତି । ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ କରିଡର ଉଦ୍‌ଘାଟନ କରି ମୋଦି କହିଛନ୍ତି କାଲି ପର୍ଯ୍ୟନ୍ତ ଆଲିଗଡର ଯୁବକ ଘର, ଦୋକାନ ସମ୍ଭାଳିବା କାମ କରୁଥିବା ବେଳେ ୨୧ତମ ଶତାବ୍ଦୀରେ ଏବେ ସେମାନେ ସୀମକୁ ସୁରକ୍ଷା ଦେବା କାମ କରିବେ । ପୂର୍ବରୁ ଉତ୍ତରପ୍ରଦେଶରେ କିଭଳି ଘୋଟାଲା ହେଉଥିଲା ତାହା ଜନତା ନିଶ୍ଚିତ ଭାବେ ଜାଣିଥିବେ । ହେଲେ ଏବେ ଯୋଗୀଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ହୋଇଥିବା ମଧ୍ୟ ଉତ୍ତର ପ୍ରଦେଶବାସୀ ନିଶ୍ଚିତ ଜାଣି ପାରୁଥିବେ । ଦିନ ଥିଲା ଉତ୍ତର ପ୍ରଦେଶରେ ଗୁଣ୍ଡା ମାଫିଆଙ୍କ ମନମାନୀ ଚାଲୁଥିଲା । ହେଲେ ଏବେ ଚାନ୍ଦା ଆଦାୟ କରିବା ଲୋକେ ପଛକୁ ଘୁଞ୍ଚି ଯାଇଛନ୍ତି ବୋଲି ମୋଦି କହିଛନ୍ତି ।

Share