Categories: ଜାତୀୟ

ଭାଇରସ ହେଉ ଅବା ଭ୍ୟାକ୍ସିନ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ: ମୋଦି

ନୂଆଦିଲ୍ଲୀ,୨୮ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନ୍ୟାଶନାଲ କ୍ରେଡିଟ ର୍କପ୍ସ(ଏନ୍‌ସିସି) କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତିନି ସେନା ମୁଖ୍ୟ ମଧ୍ୟ ଯୋଗ ଦେଇଥିଲେ । କ୍ୟାଡେଟ୍ସଙ୍କୁ ସମ୍ବୋଧନ ଦେବା ଅବସରରେ ମୋଦି କହିଛନ୍ତି ସମ୍ବିଧାନରେ ଯେଉଁ ନାଗରିକ କର୍ତ୍ତବ୍ୟ କଥା କୁହାଯାଇଛି ତାକୁ ପାଳନ କରିବା ସମସ୍ତଙ୍କର ଦାୟିତ୍ୱ । ଗତବର୍ଷ ଦେଶ ପ୍ରମାଣ କରିଛି ଯେ ଭାଇରସ ହେଉ ବା ସୀମା ବିବାଦ ଆମେ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଯେ କୌଣସି ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥାଏ ଏନ୍‌ସିସି କ୍ୟାଡେଟ ସେଠାରେ ପହଞ୍ଚିଥାଆନ୍ତି । ଦେଶର କନ୍ୟାମାନଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ବୀରଙ୍ଗନାମାନେ ଏବେ ଶତ୍ରୁସହ ଲଢିବାକୁ ବି ପ୍ରସ୍‌ୁତ ହାଇଗଲେଣି । ଦେଶ ଆପଣଙ୍କୁ ଚାହୁଁଛି ଆଉ ଅପେକ୍ଷା ରଖିଛି । ମୁଁ ଆପଣଙ୍କ ଭିତରେ ଦେଶର ଭବିଷ୍ୟତ ଅଧିକାରୀଙ୍କୁ ଦେଖି ପାରୁଛି ବୋଲି ମୋଦି କହିଛନ୍ତି ।

Share