Categories: ଜାତୀୟ

ସମସ୍ତଙ୍କୁ ଏକାଠି କରିବାର କାମ କରିଛି ‘ମନ କି ବାତ’: ମୋଦି

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୨୮ ମେ’ରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି, ‘ମନ କି ବାତ’ର ଏହି ଏପିସୋଡ ସେକେଣ୍ଡ ସେଞ୍ଚୁରୀର ଆରମ୍ଭ। ଗତ ମାସରେ ଆମେ ସମସ୍ତେ ଏହାର ସ୍ପେଶାଲ ସେଞ୍ଚୁରୀକୁ ସେଲିବ୍ରେଟ କରିଥିଲେ। ଆପଣଙ୍କ ଯୋଗଦାନ ଏହି ଏହି କାର୍ଯ୍ୟକମର ସବୁଠାରୁ ବଡ ଶକ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେତେବେଳେ ‘ମନ କି ବାତ’ ପ୍ରସାରିତ ହୋଇଥିଲା, ସେତେବେଳେ ବିଶ୍ୱର ବିଭିନ୍ନ ଦେଶରେ, ବିଭିନ୍ନ ଟାଇମ ଜୋନରେ, କୌଣସି ସ୍ଥାନରେ ସା ଥିଲା ଏବଂ କେଉଁଠି ବିଳମ୍ବିତ ରାତିରେ ହୋଇଥିଲା। ଏହା ସତ୍ତ୍ୱେ ବହୁ ସଂଖ୍ୟାରେ ଲୋକେ ୧୦୦ତମ ଏପିସୋଡକୁ ଶୁଣିବାକୁ ସମୟ ବୋହାର କରିଥିଲେ।

ଏହି ସମୟରେ ମୋଦି ତାଙ୍କର ଜାପାନ ଗସ୍ତ ସମ୍ପର୍କରେ କହିଛନ୍ତି ଯେ କିଛି ଦିନ ପୂର୍ବରୁ ମୁଁ ଜାପାନ ଯାଇଥିଲି ଯେଉଁଠାରେ ହିରୋଶିମା ଶାନ୍ତି ମେମୋରିଆଲ ପରିଦର୍ଶନ କରିବାର ସୁଯୋଗ ପାଇଥିଲି। ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା। ଯେତେବେଳେ ଆମେ ଇତିହାସର ସ୍ମୃତିକୁ ସଂରକ୍ଷଣ କରୁ, ଏହା ଆଗାମୀ ପିଢିକୁ ବହୁତ ସାହାଯ୍ୟ କରେ।

Share