Categories: ଜାତୀୟ

ପର୍ତ୍ତୁଗାଲ, ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ମୋଦି

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ଆତଙ୍କ ଖେଳାଇଛି। ଭାରତ କରୋନାର ଦ୍ୱିତୀୟ ଲହରର ସମ୍ମୁଖୀନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଏବଂ ଫ୍ରାନ୍ସ ଗସ୍ତ ବାତିଲ କରପାରନ୍ତି ବୋଲି ଜଣାପଡିଛି। ଆସନ୍ତା ୮ରେ ପର୍ତ୍ତୁଗାଲରେ ଆୟୋଜିତ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ପୂର୍ବରୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଗସ୍ତକୁ ବାତିଲ କରିଛନ୍ତି।
ଭାରତରେ କରୋନା ଜୀବାଣୁଙ୍କ ଅବସ୍ଥା ବିଗିଡିବା ଦେଖି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ଭାରତ ଗସ୍ତ ବାତିଲ କରିଛନ୍ତି। ବ୍ରିଟିଶ ସରକାରଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରିସ୍ଥିତିକୁ ଅନୁଧ୍ୟାନ କରି ପାରସ୍ପରିକ ଚୁକ୍ତି ଦ୍ୱାରା ନିଷ୍ପତ୍ତି ହୋଇଛି ଯେ ବ୍ରିଟେନର ପ୍ରଧାନମନ୍ତ୍ରୀ ଆସନ୍ତା ସପ୍ତାହରେ ଭାରତ ଆସିବେ ନାହିଁ। ସେ କହିଛନ୍ତି ଯେ, ଭାରତ-ବ୍ରିଟେନ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଭୟ ପକ୍ଷ ଭର୍ଚୁଆଲ ବୈଠକ କରିବେ।

Share