କରୋନା ଭ୍ୟାକ୍ସିନ କେବେ ଆସିବ ତା’ର ସମୟ ଆମେ ସ୍ଥିର କରିପାରିବା ନାହିଁ: ମୋଦି

ନୂଆଦିଲ୍ଲୀ,୨୪ ।୧୧: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାର ନିୟନ୍ତ୍ରଣ ପାଇଁ ସରକାର ଏବେ ସତର୍କ ହୋଇ ଯାଇଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ବର୍ତ୍ତମାନର ସ୍ଥିତି ସମିକ୍ଷା କରିବାକୁ ଓ ଭ୍ୟାକ୍ସିନ ସମ୍ପର୍କିତ ରଣନୀତିକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପ୍ରତିନିଧିଙ୍କ ସହ ଡିଜିଟାଲ ମାଧ୍ୟମରେ ଏକ ବୈଠକ କରିଛନ୍ତି । ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି କରୋନା ଭ୍ୟାକ୍ସିନକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କରୋନା ଭ୍ୟାକ୍ସିନ କେବେ ଆସିବ ତା’ର ସମୟ ଆମେ ସ୍ଥିର କରିପାରିବା ନାହିଁ । ଏହା ବୈଜ୍ଞାନିକଙ୍କ ହାତରେ ରହିଛି । କେତେଲୋକ ଭ୍ୟାକ୍ସିନକୁ ନେଇ ରାଜନୀତି କରୁଛନ୍ତି ଏହାକୁ ତ କେହି ବନ୍ଦ କରିପାରିବେ ନାହିଁ । ଆମେ କେବଳ ଏହାର ଅପେକ୍ଷା ରଖିବା । ଏହାସହ କରୋନା ମହାମାରୀ ଏବେ କିଛି ରାଜ୍ୟରେ ମାଡି ଚାଲିଥିବା ବେଳେ ଆମେ ସତର୍କ ରହିବା ଜରୁରୀ ବୋଲି ମୋଦି କହିଛନ୍ତି ।

Share