ମ୍ୟୁନିଖରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ହେଲା ଆଲୋଚନା

ମ୍ୟୁନିଖ,୨୭ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଜର୍ମାନୀ ଗସ୍ତରେ ଅଛନ୍ତି । ସେଠାରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ଜର୍ମାନୀ ଗସ୍ତ କରିଛନ୍ତି । ରବିବାର ମୋଦି ଜି-୭ ଶିଖର ସମ୍ମିଳନୀରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଅଲବର୍ଟୋ ଫର୍ନାଡିଜଙ୍କୁ ସାକ୍ଷାତ୍ କରିଛନ୍ତି । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ କଥାବାର୍ତ୍ତା ହୋଇଥିଲା । ଦୁଇ ଦେଶ ମଧ୍ୟରେ ରାଜନୈତିକ, ଆର୍ଥିକ, ସାଂସ୍କୃତିକ, ବୈଜ୍ଞାନିକ ଓ ଟେକନିକ ସହଯୋଗ ସାମିଲ ରହିଛି ।
ଭାରତ ୧୯୪୩ରେ ବ୍ଲୁନଓ ଆୟର୍ସରେ ଏକ ବ୍ୟବସାୟ ଆୟୋଗ ଖୋଲିଥିଲା । ଯାହାକୁ ୧୯୪୯ରେ ଦକ୍ଷିଣ ଆମେରିକାରେ ଭାରତର ପ୍ରଥମ ଦୁତାବାସ ମଧ୍ୟରୁ ଗୋଟିକରେ ପରିବର୍ତ୍ତନ କରିଦିଆଯାଇଥିଲା । ଏହାପରେ ୨୦୧୯ରେ ଦୁଇ ଦେଶ ମଧ୍ୟରେ ଏକ ରାଣନୀତିକ ସମ୍ପର୍କ ବୃଦ୍ଧି ପାଇଲା । ୨୦୨୧ରେ ଭାରତ ଆର୍ଜେଣ୍ଟିନାର ଚତୁର୍ଥ ସବୁଠାରୁ ବଡ ବ୍ୟବସାୟିକ ଅଂଶିଦାର ଭାବେ ସାମ୍ନାକୁ ଆସିଲା । ଦୁଇ ଦେଶ ମଧ୍ୟରେ ୫.୭ ବିଲିୟନ ଆମେରିକା ଡଲାର ମୂଲ୍ୟର ବ୍ୟବସାୟ ହୋଇଛି ।

Share