Categories: ଜାତୀୟ

ସୁଦାନରୁ ଫେରିଥିବା ହକ୍କି-ପିକ୍କି ଜନଜାତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ଶିବାମୋଗାରେ ହକ୍କି-ପିକ୍କି ଜନଜାତିର ସଦସ୍ୟଙ୍କୁ ଭେଟିଛନ୍ତି। ଏହି ଲୋକମାନଙ୍କୁ ‘ଅପରେଶନ କାବେରୀ’ ଅଧୀନରେ ସୁରକ୍ଷିତ ଭାବେ ସୁଦାନରୁ ଅଣାଯାଇଥିଲା। ତେବେ ସୁରକ୍ଷିତ ଭାବେ ଘରେ ପହଞ୍ଚିଥିବାରୁ ହକ୍କି ପିକ୍କି ଜନଜାତିର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେମାନେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ସେମାନେ କିପରି ସୁଦାନରେ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ଏବଂ ସରକାର ଏବଂ ଭାରତ ଦୂତାବାସ କିପରି ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରତି ଖୁସି ବ୍ୟକ୍ତ କରି ସେମାନେ କହିଛନ୍ତି, ତାଙ୍କ ହୃଦୟରୁ ସେମାନେ ଅନୁଭବ କରୁଛନ୍ତି ଯେ ସେମାନେ ଡବଲ ଇଞ୍ଜିନ ନୁହେଁ ଏକ ଟ୍ରିପଲ ଇଞ୍ଜିନର ଶକ୍ତି ପ୍ରତିନିଧିତ୍ୱ କରୁଛନ୍ତି।

Share