ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ ବାଇଡେନ

ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଏହି ସମୟରେ ପିଏମ ମୋଦିଙ୍କୁ ହ୍ବାଇଟ ହାଉସରେ ସ୍ବରଗତ କରାଯାଇଥିଲା। ବାଇଡେନଙ୍କ ବ୍ୟତୀତ ଉପରାଷ୍ଟ୍ରପତି କମଳା ହାରିସ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ବହୁ ଅଧିକାରୀ ଏଠାରେ ଉପସ୍ଥିତ ଥିଲେ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଯେତେବେଳେ ମୁଁ ଉପରାଷ୍ଟ୍ରପତି ଥିଲି, ମୁଁ ପିଏମ ମୋଦିଙ୍କ ସହ ବହୁତ ସମୟ ବିତାଇଥିଲି। ମୁଁ ରାଷ୍ଟ୍ରପତି ହେବା ପରଠାରୁ ଏହାକୁ ବଜାୟ ରଖିଛି। ବାଇଡେନ କହିଛନ୍ତି, ଭାରତ ଏବଂ ଆମେରିକା ପ୍ରତ୍ୟେକ ପ୍ରସଙ୍ଗରେ ଏକାଠି କାମ କରୁଛନ୍ତି। ଏସବୁ ଭାରତ, ଆମେରିକା ଏବଂ ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଆମେ ଯାହା ନିଷ୍ପତ୍ତି ନେଉଛୁ ତାହା ଆଗାମୀ ପିଢିଉପରେ ପ୍ରଭାବ ପକାଇବ।

ସେ କହିଛନ୍ତୀ, ଦାରିଦ୍ର୍ୟ ଦୂରୀକରଣ, ସ୍ବାସ୍ଥ୍ୟସେବାରେ ପ୍ରବେଶ ବିସ୍ତାର, ଜଳବାୟୁ ପରିବର୍ତ୍ତନ ଏବଂ ରୁଷିଆ-ୟୁକ୍ରେନ ବିରୋଧରେ ଯୁଦ୍ଧ କାରଣରୁ ଖାଦ୍ୟ ଏବଂ ଶକ୍ତି ନିରାପତ୍ତାକୁ ମୁକାବିଲା କରିବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

Share