Categories: ଜାତୀୟ

ବିଶ୍ୱବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧।୬: ନିକଟରେ ତୁର୍କୀର ଇସ୍ତାନବୁଲରେ ଚାଲିଥିବା ବକ୍ସିଂ ୱାଲର୍‌ଡ ଚାମ୍ପିଅନଶିପରେ ଭାରତୀୟ ମହିଳା ବକ୍ସିଂ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶେଷକରି ନିଖତ ଜରିନ ତାଙ୍କ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବିଶ୍ୱ ଚାମ୍ପିୟନଶିପରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଥିବା ନିଖତ ଜରିନ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ପରଭୀନ ହୁଡା ଏବଂ ମନୀଷା ମୌନ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ଜର୍ସିରେ ଅଟୋଗ୍ରାଫ ମଧ୍ୟ ଦେଇଥିଲେ। ଏହି ତିନି ଖେଳାଳି ପ୍ରଧାନମନ୍ତ୍ରୀଙ୍କୁ ଭେଟି ବହୁତ ଖୁସି ଥିବା ଦେଖାଯାଇଥିଲା। ନିଖତ ତାଙ୍କ ସ୍ବର୍ଣ୍ଣ ପଦକ ସହ ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ନେଇଥିଲେ। ଏଥିସହିତ ଏହି ତିନି ଖେଳାଳି ପ୍ରଧାନମନ୍ତ୍ରୀଙ୍କୁ ବକ୍ସିଂ ଗ୍ଲୋଭସ ମଧ୍ୟ ଉପହାର ଦେଇଥିଲେ।

Share