Categories: ଜାତୀୟ

ଲୋକ ସଭାରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମୋଦି, ଅଧିର ରଞ୍ଜନ କହିଲେ କ’ଣ ହେଲା ସେମାନଙ୍କ ମଧ୍ୟରେ କଥାବାର୍ତ୍ତା

ନୂଆଦିଲ୍ଲୀ,୨୦।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଗୁରୁବାର ଏହା ଆରମ୍ଭ ହେବା ମାତ୍ରେ ଶାସକ ଓ ବିରୋଧିଙ୍କ ମଧ୍ୟରେ କଥାକଟାକଟି ଆରମ୍ଭ ହୋଇଯାଇଥିଲା। ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଦିନର ଆରମ୍ଭ ହିଁ ହଙ୍ଗାମାରୁ ହୋଇଥିଲା। ଇତିମଧ୍ୟରେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଏହାପରେ ସେ ଲୋକ ସଭାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।

ଏହି ଦୁଇ ନେତାଙ୍କ ସାକ୍ଷାତ୍‌ ପରେ ପରେ ସମସ୍ତଙ୍କ ମନରେ ଗୋଟିଏ କଥା ଉଙ୍କି ମାରିଲା ଯେ ଏମାନେ କ’ଣ କଥା ହେଲେ। ଏହାକୁ ନେଇ କଂଗ୍ରେସ ନେତା ତଥା ଏମପି ଅଧିର ରଞ୍ଜନ ଚୌଧୁରୀ ଏହାର ଜବାବ ଦେଇଛନ୍ତି।
ଚୌଧୁରି କହିଛନ୍ତି, ଯେତେବେଳେ ଅଧିବେଶନ ଆରମ୍ଭ ହୋଇଥାଏ, ସେତେବେଳେ ପରମ୍ପରା ଅନୁଯାୟୀ ପ୍ରଧାନମନ୍ତ୍ରୀ ସମସ୍ତ ନେତାଙ୍କୁ ସେମାନଙ୍କ ହାଲଚାଲ ପଚାରି ଥାଆନ୍ତି। ସେଥିପାଇଁ ସେ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ୍‌ କରିଥିଲେ। ଏହି ସମୟରେ ସୋସିଆ ମୋଦିଙ୍କୁ କହିଥିଲେ କି ଗୃହରେ ମଣିପୁର ଘଟଣାର ଚର୍ଚ୍ଚା ହେଉ।

Share