Categories: ଜାତୀୟ

ମଧ୍ୟପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ, ୫ ବନ୍ଦେ ଭାରତ ଟ୍ରେନକୁ ଦେଖାଇବେ ସବୁଜ ପତାକା

ନୂଆଦିଲ୍ଲୀ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟପ୍ରଦେଶ ଗସ୍ତ କରିବେ। ଭୋପାଳରେ ପ୍ରଧାନମନ୍ତ୍ରୀ ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ଭାଜପା କର୍ମୀଙ୍କୁ ବୁଥ ବିଜୟର ମନ୍ତ୍ର ଦେବେ। ପୂର୍ବାହ୍ନ ୧୦.୩୦ରେ ପ୍ରଧାନମନ୍ତ୍ରୀ ଭୋପାଳର କମଲାପାତୀ ରେଳ ଷ୍ଟେଶନରେ ପହଞ୍ଚିବେ, ଯେଉଁଠାରୁ ୫ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ। ଏହା ପରେ ଅପରାହ୍ନ ୩ଟାରେ ଶହଡୋଲରେ ପହଞ୍ଚିବା ପରେ ସେ ଏକ ସାଧାରଣ କାର୍ଯ୍ୟକ୍ରମରେ ସାମିଲ ହେବେ।

ସୂଚନାଯୋଗ୍ୟ, ୫ଟି ବନ୍ଦେ ଭାରତ ଟ୍ରେନ ହେଉଛି ରାନୀ କମଲାପତୀ-ଜବଲପୁର ବନ୍ଦେ ଭାରତ ଟ୍ରେନ। ଦ୍ୱିତୀୟଟି ଖଜୁରାହୋରୁ ଭୋପାଳ ଦେଇ ଇନ୍ଦୋର ପର୍ଯ୍ୟନ୍ତ ଚାଲିବ। ତୃତୀୟଟି ଗୋଆର ମାଡଗାଓଁରୁ ମୁମ୍ବାଇ ମଧ୍ୟରେ ଚାଲିବ। ଚତୁର୍ଥ ବନ୍ଦେ ଭାରତ ଟ୍ରେନ ଧାରୱାଡରୁ ବାଙ୍ଗାଲୋର ମଧ୍ୟରେ ଏବଂ ପଞ୍ଚମଟି ଝାଡଖଣ୍ଡର ହାଟିଆରୁ ବିହାରର ପାଟନା ପର୍ଯ୍ୟନ୍ତ ଚାଲିବ।

Share