Categories: ଜାତୀୟ

ମୋଦିଙ୍କ କ୍ୟାବିନେଟର ୪୨ ପ୍ରତିଶତ ମନ୍ତ୍ରୀ ଆପରାଧିକ ମାମଲାରେ ସଂପୃକ୍ତ!

ନୂଆଦିଲ୍ଲୀ,୧୦ ।୭: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ କରିଛନ୍ତି । ଯେଉଁଥିରେ ୪୩ଜଣ ଏମ୍‌ପିଙ୍କୁ ଶପଥ ପାଠ କରାଯାଇଛି । ମନ୍ତ୍ରିପରିଷଦରେ ୩୬ ନୂଆ ଚେହେରାକୁ ସାମିଲ କରାଯାଇଛି । ଏବେ ଜଣାପଡିଛି କି କେନ୍ଦ୍ରୀୟ ମନ୍ତ୍ରିପରିଷଦର ୪୨ ପ୍ରତିଶତ ମନ୍ତ୍ରୀ ନିଜ ନାଁରେ ଆପରାଧିକ ମାମଲା ଥିବା ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଛି । ଏଡିଆର୍ ରିପୋର୍ଟ ଜରିଆରେ ଏହି ତଥ୍ୟ ସାମ୍ନାକୁ ଆସିଛି । ବୁଧବାର ୧୫ ନୂଆ କ୍ୟାବିନେଟ ମନ୍ତ୍ରୀ ଓ ୨୮ ରାଜ୍ୟ ମନ୍ତ୍ରୀ ଶପଥ ନେବା ପରେ ମନ୍ତ୍ରିପରିଷଦର ମୋଟ ସଦସ୍ୟ ସଂଖ୍ୟା ୭୮ ହୋଇଯାଇଛି । ଆସୋସିଏଶନ ଫର୍ ଡେମୋକ୍ରେଟିକ ରିଫର୍ମସ୍‌(ଏଡିଆର୍‌) ନିର୍ବାଚନ ପ୍ରମାଣପତ୍ରକୁ ଦର୍ଶାଇ ଏହି ସମସ୍ତ ମନ୍ତ୍ରୀଙ୍କ ମଧ୍ୟରୁ ୩୩ ପ୍ରତିଶତ(୪୨)ଙ୍କ ବିରୋଧରେ ଆପରାଧିକ ମାମଲା ଥିବା ରିପୋର୍ଟ କରିଛନ୍ତି । ପ୍ରାୟ ୨୪ ବା ୩୧ ପ୍ରତିଶତ ମନ୍ତ୍ରୀ ନିଜ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଭଳି ମାମଲା ଥିବା ଦର୍ଶାଇଛନ୍ତି । କୁଚ ବିହାର ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ହୋଇଥିବା ନିଶିତ ପ୍ରାମାଣିକ ନିଜ ନାଁରେ ହତ୍ୟା ମାମଲା ଥିବା ଘୋଷଣା କରିଛନ୍ତି । ସେ ମନ୍ତ୍ରି ପରିଷଦର ସର୍ବ କନିଷ୍ଠ ସଦସ୍ୟ ବୋଲି କୁହାଯାଏ ।

Share