Categories: ଜାତୀୟ

ସଚ୍ଚିନ ପାଇଲଟ, ଅଶୋକ ଗେହଲୋଟଙ୍କ ଲଢେଇକୁ ନେଇ ମୁହଁ ଖୋଲିଲେ ମୋଦି

ଜୟପୁର,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତରେ ଅଛନ୍ତି। ବୁଧବାର ମୋଦି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସରେ ନିଜ ନିଜ ମଧ୍ୟରେ ଲଢେଇ ଚାଲିଛି, ତେଣୁ ଏଭଳି ପରିସ୍ଥିତିରେ ରାଜସ୍ଥାନର ବିକାଶ କିପରି ହୋଇପାରିବ ବୋଲି ମୋଦି ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ନେତା ସଚ୍ଚିନ ପାଇଲଟ ଗେହଲୋଟଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଯେ ୨୦୨୦ରେ ବିଦ୍ରୋହ କରିଥିବା ବିଧାୟକମାନେ ବିଜେପିରୁ ଟଙ୍କା ନେଇଛନ୍ତି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଗେହଲଟଙ୍କ ନିକଟରେ ହୋଇଥିବା ଭାଷଣରୁ ଜଣାପଡିଛି ଯେ ତାଙ୍କ ନେତା ସୋନିଆ ଗାନ୍ଧୀ ନୁହଁନ୍ତି ବରଂ ବସୁନ୍ଦରା ରାଜେ। ବସୁନ୍ଦରା ରାଜେଙ୍କ ସମୟରେ ହୋଇଥିବା ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ କ୍ରମାଗତ ଭାବରେ ଗେହଲୋଟ ଉପରେ ଆକ୍ରମଣ କରୁଛନ୍ତି।

Share