Categories: ଜାତୀୟ

‘ନୂଆ ଅଧ୍ୟାୟ…’ ଚନ୍ଦ୍ରୟାନ-୩ ଉତ୍‌ପେକ୍ଷଣ ଉପରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୭: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର ଅପରାହ୍ନ ୨.୩୫ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ କେନ୍ଦ୍ରରୁ ତୃତୀୟ ଚନ୍ଦ୍ରୟାନ-୩ ମିଶନ ଉତ୍‌ପେକ୍ଷଣ କରିଛି।

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ମହାକାଶ ଜଗତର ଏକ ନୂତନ ଅଧ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଚନ୍ଦ୍ରୟାନ-୩ ଭାରତର ମହାକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ବପ୍ନ ଏବଂ ଅଭିଳାଷକୁ ଉଚ୍ଚକୁ ନେଇଯିବ। ଏହି ମହତ୍ତ୍ୱପୂର୍ଣ ସଫଳତା ଆମର ବୈଜ୍ଞାନିକମାନଙ୍କ ନିରନ୍ତର ଉତ୍ସର୍ଗର ଏକ ସାକ୍ଷ୍ୟ। ମୁଁ ତାଙ୍କ ଭାବନା ଏବଂ ପ୍ରତିଭାକୁ ସଲାମ କରୁଛି।

 

 

Share