Categories: ଜାତୀୟ

ପୂର୍ବତନ ରାଷ୍ଟ୍ରପତିଙ୍କୁ ଅନ୍ତିମ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ପରଲୋକ ହୋଇଛି। ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ତାଙ୍କର ପରଲୋକ ହେବାପରେ ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ୧୦ ରାଜାଜୀ ମାର୍ଗରେ ରଖାଯାଇଛି। ମଙ୍ଗଳବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୁଖାର୍ଜୀଙ୍କ ଶେଷ ଦର୍ଶନ କରିଛନ୍ତି। ଦିନ ପ୍ରାୟ ୨ଟାରେ ଦିଲ୍ଲୀର ଲୋଧିରୋଡ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଦୀର୍ଘ ପ୍ରାୟ ୨୧ ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଶେଷରେ ଚୀରବିଦାୟ ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ।

Share