Categories: ଜାତୀୟ

ଶ୍ୟାମା ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୋଦି

ନୂଆଦିଲ୍ଲୀ,୬।୭: ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି ଅବସରରେ ବିଦ୍ୱାନ ଓ ବୁଦ୍ଧିଜୀବୀ ଶ୍ୟାମା ପ୍ରସାଦଙ୍କୁ ମନେପକାଇ ମୋଦି ଏକ ଟୁଇଟ କରିଛନ୍ତି। ମୁର୍ଖାଜୀଙ୍କ ଜୟନ୍ତୀରେ ମୋଦି ତାଙ୍କୁ ହାତ ଯୋଡ଼ି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ଶ୍ୟାମା ପ୍ରସାଦଙ୍କ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଥିଲା। ସେ ନିଜ ଜୀବନକୁ ଭାରତର ଏକତା ଓ ପ୍ରଗତି ପାଇଁ ଉର୍ତ୍ସଗ କରିଥିଲେ। ଏକ ଅସାଧାରଣ ବିଦ୍ୱାନ ଓ ବୁଦ୍ଧିଜୀବୀ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ। ସୂଚନାଯୋଗ୍ୟ, ୧୯୦୧ରୁ ୧୯୫୩ ପର୍ଯ୍ୟନ୍ତ ଶ୍ୟାମା ପ୍ରସାଦ ଜଣେ ରାଜନେତା, ବାରିଷ୍ଟର ତଥା ଶିକ୍ଷାବିତ୍‌ ରହିଥିଲେ। ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କ୍ୟାବିନେଟରେ ସେ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

Share