ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟା ଶସ୍ୟ ବା ମିଲେଟର ଉପକାରିତା ଓ ସାରା ବିଶ୍ୱରେ କ୍ଷୁଧା ନିବାରଣ କରିବାର କ୍ଷମତା ବିଷୟରେ କହିବାକୁ ଗ୍ରାମୀ ପୁରସ୍କାର ବିଜେତା ଓ ଭାରତୀୟ-ଆମେରିକୀୟ ଗାୟିକା ଫାଲୁଙ୍କ ସହ ମିଶି ଏକ ଗୀତ ଲେଖିଛନ୍ତି। ‘ଆବାଡେଂସ ଇନ ମିଲେଟସ୍’ ଗୀତକୁ ମୁମ୍ବାଇରେ ଜନ୍ମିତ ଗାୟିକା ଓ ଗୀତିକାର ଫାଲଗୁନି ଶାହ ଓ ତାଙ୍କ ସ୍ବାମୀ ଗାୟକ ଗୌରବ ଶାହ ଗାଇଛନ୍ତି।
ଶାହ ଫାଲୁଙ୍କ ନାମରେ ବେଶ ପରିଚିତ। ଭାରତର ପ୍ରସ୍ତାବରେ ମିଳିତ ଜାତିସଂଘର ମହାସଭାରେ ୨୦୦୩କୁ ‘ ଅନ୍ତରାଷ୍ଟ୍ରୀୟ ମୋଟା ଶସ୍ୟ ବର୍ଷ’ ଭାବେ ଘୋଷଣା କରାଯାଇଥିଲା। ଫାଲୁ ଏହି ଗୀତ ରିଲିଜ ହେବା ପୂର୍ବରୁ ‘ପିଟିଆଇ’କୁ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ସହ ମୋ ସ୍ବାମୀ ଗୌରବ ଶାହଙ୍କ ସହମିଶି ଏହି ଗୀତକୁ ଲେଖିଛନ୍ତି’।