Categories: ଜାତୀୟ

ଆଫଗାନିସ୍ତାନ ନୁହେଁ ପାକିସ୍ତାନ ଏୟାର ସ୍ପେସ ଦେଇ ଆମେରିକା ଗଲେ ମୋଦି

ନୂଆଦିଲ୍ଲୀ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଓ ଜାତିସଂଘର ୭୬ତମ ମହାସଭାରେ ଉଦ୍‌ବୋଧନ ଦେବାକୁ ଆମେରିକା ପହଞ୍ଚି ସାରିଛନ୍ତି । ବୁଧବାର ସେ ଦିଲ୍ଲୀରୁ ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ମିଳିଥିବା ବିଶେଷ ସୂତ୍ରରୁ ଜଣାପଡିଛି କି ମୋଦି ଯିବା ସମୟରେ ଆଫଗାନ୍‌ିସ୍ତାନର ଏୟାର ସ୍ପେସ ବ୍ୟବହାର ନ କରି ପାକିସ୍ତାନ ଏୟାର ସ୍ପେସ ଦେଇ ଆମେରିକା ପହଞ୍ଚିଛନ୍ତି । ନନ୍ ଷ୍ଟପ ଯାତ୍ରା ହୋଇଥିବାରୁ ସୁରକ୍ଷା କାରଣରୁ ଏଭଳି କରାଯାଇଥିବା କୁହାଯାଏ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜାତିସଂଘର ମହାସଭାରେ ମୋଦି କରୋନା ପ୍ରବନ୍ଧନ, ଆତଙ୍କବାଦ, ଆତଙ୍କବାଦ ମୁକାବିଲା, ଜାତିସଂଘରେ ସୁଧାର ଓ ସୁରକ୍ଷା ପରିଷଦର ସୁଧାର ଉପରେ କେନ୍ଦ୍ରୀତ ହେବ । ଦିପାକ୍ଷିକ ବାର୍ତ୍ତା, କ୍ୱାଡ ନେତାଙ୍କ ମଧ୍ୟରେ ଚାଇନାକୁ ନେଇ ଆଲୋଚନା ହେବ । କାରଣ ଅଧିକାଂଶ ଦେଶ ଚାଇନାର ଦାଦାଗିରିରେ ବ୍ୟସ୍ତ ବିବ୍ରତ ହୋଇ ପଡିଲେଣି ।

Share