ମୋଦିଙ୍କୁ ଇମ୍ପ୍ରେସ କଲେ ତାଞ୍ଜାନିଆ ସୋସିଆଲ ମିଡିଆ ଷ୍ଟାର କିଲି ପଲ

ନୂଆଦିଲ୍ଲୀ,୨୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର ପ୍ରଶଂସା କରିଛନ୍ତି । ବଲିଉଡର ଜଣାଶୁଣା ଗୀତକୁ ଗୁଣୁଗୁଣାଇ ଭିଡିଓ କରିଥିବା ତାଞ୍ଜାନିଆର ସୋସିଆଲ ମିଡିଆ ଷ୍ଟାର ଭଉଣୀ-ଭାଇ କିଲି ପଲ ଓ ତାଙ୍କ ଭଉଣୀ ନିମା ପଲଙ୍କର ଖୁବ୍ ପ୍ରଶଂସା କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଭଉଣୀ-ଭାଇଙ୍କ ମଧ୍ୟରେ ଭାରତୀୟ ସଙ୍ଗିତ ପ୍ରତି ଭଲପାଇବା ରହିଛି ଯାହା ଫଳରେ ସେମାନେ ଆଜି ଏତେ ଲୋକପ୍ରିୟ ହୋଇ ପାରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ତାଞ୍ଜାନିଆରେ ଥିବା ଭାରତୀୟ ହାଇ କମିଶନ ପଲଙ୍କ୍‌ୁ ସମ୍ମାନୀତ କରିଥିଲେ । ତେବେ ଭାରତୀୟ ଗୀତଗୁଡିକୁ ଲିପସିଙ୍କ କରି କିଲି ପଲ ଏବେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ଫଲୋଇଙ୍ଗସ୍ ରହିଛନ୍ତି । ଏମିତିକ ବଲିଉଡର କେତେଜଣ ଷ୍ଟାର କିଲିଙ୍କୁ ସୋସିଆଲ ମିଡିଆରେ ଫଲୋ କରୁଛନ୍ତି । ଫିଲ୍ମ ‘ଶେରଶାହ’ର ଗୀତ ‘ରାଂତା ଲମ୍ବିୟା’କୁ ଗୁଣୁଗୁଣାଇ ପଲ ଏକ ଭିଡଓ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ଆଉ ଏହା ଚର୍ଚ୍ଚାକୁ ଆସିଥିଲା । ଉକ୍ତ ଭିଡିଓରେ ସେ ତାଙ୍କ ଭଉଣୀ ନିମା ପଲଙ୍କ ସହ ନଜର ଆସିଥିଲେ । ଏହାପରେ ହିଁ ପଲ ଇନଷ୍ଟାଗ୍ରାମରେ ଲୋକପ୍ରିୟ ହୋଇ ଯାଇଥିଲେ ।

Share