ଓ୍ବାଶିଂଟନ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ସହ ଆମେରିକାର ସମ୍ପର୍କକୁ ନେଇ ଉତ୍ସବ ପାଳନ ପାଇଁ ଏକାଠି ହୋଇଥିବା ଆମେରିକା କଂଗ୍ରେସର ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି। ଏହାକୁ ନେଇ ସେ କହିଛନ୍ତି, ଘର ଭିତରେ ବିଚାରର ପ୍ରତିଯୋଗୀତା ହେବା ଦରକାର, ହେଲେ ଦେଶ ପାଇଁ କହିବା ସମୟରେ ସମସ୍ତେ ଏକାଠି ସାମ୍ନାକୁ ଆସିବା ଦରକାର।
ଗୁରୁବାର ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ମୋଦିଙ୍କ ମନ୍ତବ୍ୟ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ସମୟରେ ତାଙ୍କ ସରକାରଙ୍କ ଉପରେ ହୋଇଥିବା କଟାକ୍ଷର ପ୍ରତିକ୍ରିୟା ବୋଲି ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ କଂଗ୍ରେସ ନେତାଙ୍କ ଉପରେ ହୋଇଥିବା ଟାର୍ଗେଟ ବୋଲି ଜଣାପଡିଛି।
ମୋଦି ଆମେରିକାର ସାଂସଦମାନଙ୍କୁ କହିଛନ୍ତି, ମୁଁ କଳ୍ପନା ଏବଂ ଚିନ୍ତାଧାରାର ବିତର୍କକୁ ବୁଝିପାରିବି, କିନ୍ତୁ ଆପଣ ଆଜି ଏକାଠି ହୋଇ ବିଶ୍ୱର ଦୁଇ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର, ଭାରତ ଏବଂ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ପାଳନ କରିଥିବାରୁ ମୁଁ ଖୁସି।