Categories: ଜାତୀୟ

ଦାଦାଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୪।୧: ଭାରତୀୟ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତରେ ଆକ୍ରାନ୍ତ ହୋଇ କୋଲକତାର ବୁଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଙ୍ଗୁଲିଙ୍କ ସଫଳ ଆଞ୍ଜିଓପ୍ଲାଷ୍ଟି ହୋଇଛି। ଗାଙ୍ଗୁଲି ପୂର୍ବ ଅପେକ୍ଷା ଭଲ ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଙ୍ଗୁଲୀଙ୍କୁ ଫୋନ କରି ତାଙ୍କ ସ୍ବସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। କେବଳ ଏତିକି ନୁହେଁ ଗାଙ୍ଗୁଲିଙ୍କ ସ୍ତ୍ରୀ ଡୋନାଙ୍କ ସହ ମଧ୍ୟ କଥା ହୋଇଛନ୍ତି। ମୋଦି ଗାଙ୍ଗୁଲିଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି। ଏହାପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଗାଙ୍ଗୁଲିଙ୍କ ଭେଟି ତାଙ୍କ ସ୍ବସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସଚିନ ତେନ୍ଦୁଲକର, ଲତା ମଙ୍ଗେଶକର ମଧ୍ୟ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ବିଷୟରେ ଜାଣିବା ପାଇଁ ଡୋନା ଗାଙ୍ଗୁଲିଙ୍କୁ ଫୋନ କରିଥିଲେ। ଗତ ଶନିବାର ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share