Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୩: କେନ୍ଦ୍ର ସରକାର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଦେଶର ବେସରକାରୀ ମେଡିକାଲ କଲେଜଗୁଡ଼ିକରେ ୫୦ ସିଟ ପାଇଁ ଫିସ ସରକାରୀ ମେଡିକାଲ କଲେଜ୍‌ରେ ଧାର୍ଯ୍ୟ ଫିସ ଅନୁଯାୟୀ ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି – ଆମେ ସ୍ଥିର କରିଛୁ ଯେ ଘରୋଇ ମେଡିକାଲ କଲେଜଗୁଡ଼ିକରେ ଅଧା ସିଟ ସରକାରୀ ମେଡିକାଲ କଲେଜ ଫି’ ଅନୁସାରେ ସମାନ ଚାର୍ଜ ହେବ। ସରକାରଙ୍କ ଏହି ନିଷ୍ପତ୍ତି ପରେ ଦେଶରେ ଲକ୍ଷ ଲକ୍ଷ ଡାକ୍ତରୀ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକଙ୍କୁ ଆଶ୍ୱସ୍ତି ମିଳିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଟୁଇଟ କରି କହିଛନ୍ତି, କିଛି ଦିନ ପୂର୍ବରୁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ, ଯାହା ଗରିବ ଏବଂ ମଧ୍ୟବିତ୍ତ ପିଲାମାନଙ୍କ ପାଇଁ ଲାଭଦାୟକ ହେବ। ଆମେ ନିଷ୍ପତ୍ତି ନେଇଛୁ ଯେ ଘରୋଇ ମେଡିକାଲ କଲେଜଗୁଡ଼ିକର ଅଧା ସିଟ ସରକାରୀ ମେଡିକାଲ କଲେଜ ପରି ସମାନ ଫି’ ନିଆଯିବ। ଜନଔଷଧୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହା ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ,ଗତ କିଛି ମାସ ଧରି ମେଡିକାଲ ଫି’ ଉପରେ ଉତ୍ତେଜନା ଦେଖାଦେଇଥିଲା। ମେଡିକାଲ କଲେଜର ଫି ହ୍ରାସ କରିବାକୁ ଅଭିଭାବକ ଏବଂ ଛାତ୍ରୀଛାତ୍ରମାନେ କ୍ରମାଗତ ଭାବରେ ଦାବି କରୁଥିଲେ। ସରକାର ଏ ବାବଦରେ କିଛି ବଡ ପଦକ୍ଷେପ ନେଇପାରନ୍ତି ବୋଲି ସମ୍ଭାବନା ଥିଲା।

Share