Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଥକି ପଡିଛନ୍ତି, ସେ ଆରାମ କରିବା ଉଚିତ୍‌: ପ୍ରଧାନମନ୍ତ୍ରୀ

ଜୟପୁର,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନ ଗସ୍ତ କରିଛନ୍ତି। ସେଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜସ୍ଥାନର ଭୂମି ହେଉଛି ଗର୍ବର ଦେଶ। ରାଜସ୍ଥାନ ଗୌରବମୟ ଇତିହାସକୁ ପ୍ରତିନିଧିତ୍ୱ କରେ। ତେଣୁ ରାଜସ୍ଥାନର ବିକାଶ ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କୋଟା ଦେଶକୁ ଅନେକ ଇଞ୍ଜିନିୟର ଏବଂ ଡକ୍ଟର ଦେଇଛି। ଆଜି ଅନେକ ଯୋଜନାର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରାଯାଇଛି। ରାଜସ୍ଥାନର ବିକାଶ ହେଲେ ହିଁ ଭାରତ ବିକାଶ ହେବ। ତେଣୁ ଆମେ ଚାହୁଁଛୁ କି ସରକାର ରାଜସ୍ଥାନର ବିକାଶ ଶୀଘ୍ର କରିବେ।

ଏହି ସମୟରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ୍‌ କରି କହିଛନ୍ତି, ରାଜସ୍ଥାନରେ କଂଗ୍ରେସ ବିଧାୟକ କହିଛନ୍ତି କି ସେମାନେ ସୁରକ୍ଷିତ ନୁହଁନ୍ତି। ମୁଖ୍ୟମନ୍ତ୍ରୀ ଜୀ ଆପଣ ବିଶ୍ରାମ ନିଅନ୍ତୁ, ଆମେ ସମ୍ଭାଳିନେବୁ। ପ୍ରଧାନମନ୍ତ୍ରୀ କହିଛନ୍ତି ରାଜସ୍ଥାନରେ ଯଦି ଭାଜପା ଆସେ ତେବେ ଦଙ୍ଗା ବନ୍ଦ ହୋଇଯିବ।

Share