Categories: ଜାତୀୟ

ଆଜି ରାଜସ୍ଥାନ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜସ୍ଥାନର ଅଜମୈର ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବଡ଼ କାର୍ଯ୍ୟକ୍ରମ। ଗତ ୮ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ୬ ଥରରୁ ଅଧିକ ଥର ରାଜ୍ୟ ଗସ୍ତ କରିସାରିଛନ୍ତି।

ସରକାରୀ ସୂତ୍ର ଅନୁଯାୟୀ, ଅଜମୈରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ପୁଷ୍କର ପ୍ରସିଦ୍ଧ ବ୍ରହ୍ମା ମନ୍ଦିରରେ ଭୂମି ପୂଜାର୍ଚ୍ଚନା କରିବେ। ଏହାପରେ କାୟଡ ବିଶ୍ରାମସ୍ଥଳୀରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ଅପରାହ୍ନ ୩ଟାରେ କିଶାନଗଡ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ନଅ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା)ର ମାସ ସାରା ଅଭିଯାନର ଏହା ହେଉଛି ପ୍ରଥମ ବଡ଼ କାର୍ଯ୍ୟକ୍ରମ।

Share