Categories: ଜାତୀୟ

ନ୍ୟୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜି ୟୁଏନ୍‌ରେ କରିବେ ଯୋଗ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ନ୍ୟୁୟର୍କର ଜେକେଏଫ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ୨୩ଜୁନ ପର୍ଯ୍ୟନ୍ତ ଆମେରିକା ସ୍ତରେ ରହିବେ ପ୍ରଧାନମନ୍ତ୍ରୀ ମୋଦି। ଏହି ସମୟରେ ପ୍ରଧାନମନ୍ତ୍ରୀ ଜାତିସଂଘରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ରାତ୍ରୀ ଭୋଜନ କରିବେ।

ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଆମେରିକାର ଏନଏସସି ସଂଯୋଜକ ଷ୍ଟ୍ରାଟେଜିକ ଯୋଗାଯୋଗ ଜନ କିର୍ବି କହିଛନ୍ତି , ଏହି ଗସ୍ତ ଆମ ଦୁଇ ଦେଶ ମଧ୍ୟରେ ଥିବା ଦୃଢ ସମ୍ପର୍କକୁ ନିଶ୍ଚିତ କରିବ ଏବଂ ଆମର ରଣନୀତିକ ସହଭାଗିତାକୁ ଆହୁରି ଆଗକୁ ବଢାଇବ। ଭାରତୀୟମାନଙ୍କ ସହିତ, ଆମେ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ କ୍ଷେତ୍ରରେ ବିଶ୍ୱାସ କରୁ, ତେଣୁ ଆମର ପ୍ରତିରକ୍ଷା ସହଯୋଗରେ ଉନ୍ନତି ଆଣିବାର ଆବଶ୍ୟକତା ଅଛି।

Share