ନୂଆଦିଲ୍ଲୀ,୨୪।୧୦: ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାରଗିଲ୍ରେ ପହଞ୍ଚିଛନ୍ତି। ସେ ଏଲଏସିରେ ସୀମା ସୁରକ୍ଷା କର୍ମୀଙ୍କ ସହ ଦୀପାବଳି ପାଳନ କରିବେ। କ୍ରମାଗତ ୯ ବର୍ଷ ହେବ ମୋଦି ଦୀପାବଳି ଯବାନଙ୍କ ସହ ପାଳନ କରିଆସୁଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ କ୍ଷମତା ଗ୍ରହଣ କରିଥିଲେ ଏବଂ ସେବେଠାରୁ ସେ ସେନାର ବିଭିନ୍ନ ପୋଷ୍ଟ ପରିଦର୍ଶନ କରି ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳେ। ୨୦୧୬ରେ ମୋଦି ହିମାଚଳ ପ୍ରଦେଶର ଚାଙ୍ଗୋ ଗ୍ରାମରେ ଦୀପାବଳି ପାଳନ କରିଥିଲେ। ୨୦୧୭ରେ ପ୍ରଧାନମନ୍ତ୍ରୀ ଦୀପାବଳି ପାଳନ କରିବା ପାଇଁ ଜମ୍ମୁ କଶ୍ମୀରର ଗୁରେଜ ଉପତ୍ୟକାରେ ପହଞ୍ଚିଥିଲେ। ୨୦୧୮ରେ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ହାର୍ସିଲରେ ପହଞ୍ଚିଥିଲେ। ୨୦୧୯ରେ, ମୋଦି ଜାମ୍ମୁ କାଶ୍ମୀରର ରାଜୌରୀରେ ପହଞ୍ଚିଥିଲେ।
୨୦୨୦ରେ ରାଜସ୍ଥାନର ଲଙ୍ଗୱାଲା ପୋଷ୍ଟ ସୈନିକମାନଙ୍କ ପାଇଁ ଦୀପାବଳି ପାଳିଥିଲେ। ୨୦୨୧ରେ, ପ୍ରଧାନମନ୍ତ୍ରୀ ମୋଦି ନୌଶରାରେ ଦୀପାବଳି ପାଳନ କରିଥିଲେ।