Categories: ଜାତୀୟ

ଲକ୍ଷ୍ନୌରେ ପହଞ୍ଚିଲେ ମୋଦି

ଲକ୍ଷ୍ନୌ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି। ସନ୍ଧ୍ୟାରେ କୁଶୀନଗରରୁ ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହାପରେ ସେ ସିଧାସଳଖ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନକୁ ଯିବେ। ସେଠାରେ ମୋଦି ଯୋଗୀ ସରକାରଙ୍କ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରିବେ ଏବଂ ଉତ୍ତମ ଶାସନର ମନ୍ତ୍ର ଦେବେ ବୋଲି କୁହାଯାଉଛି। ବିମାନ ବନ୍ଦରରେ ଉପମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ସମେତ ୧୨ଜଣ କ୍ୟାବିନେଟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦଙ୍କୁ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, ମୋଦି ସୋମବାର ଏକଦିବସୀୟରେ ନେପାଳ ଗସ୍ତରେ ଯାଇଥିଲେ। ସେଠାରୁ ଫେରିବା ପରେ ସେ କୁଶୀନଗରର ବୌଦ୍ଧ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମୋଦି ଲକ୍ଷ୍ନୌ ଗସ୍ତ କରିଥିଲେ।

Share