ଅଜୟ ଦେବଗନଙ୍କ ପୁଅଙ୍କ ପ୍ରଶଂସା କଲେ ମୋଦି: କହିଲେ ଏଭଳି

ବମ୍ବେ: ଦୁଇଦିନ ପୂର୍ବେ ନିଜର ୭୦ତମ ଜନ୍ମଦିବସ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଅନେକ ବଲିଉଡ୍‌ କଳାକାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାର ଜବାବ ମଧ୍ୟ ଦେଇଥିଲେ ମୋଦି। ସେଥିରୁ ଜଣେ ଥିଲେ ଅଭିନେତା ଅଜୟ ଦେବଗନ। ଅଜୟଙ୍କ ଶୁଭେଚ୍ଛା ବାର୍ତ୍ତାର ଜବାବ ଦେବାବେଳେ ମୋଦି ତାଙ୍କ ପୁଅ ୟୁଗକୁ ପ୍ରୋତ୍ସାହିତ କରିଛନ୍ତି।

ନିଜର ବାର୍ତ୍ତାରେ ଅଜୟ ‘ମୋଦି ଜୀ, ୭୦ତମ ଜନ୍ମଦିନର ଅଭିନନ୍ଦନ। ଆପଣଙ୍କୁ ଆହୁରୀ ଶକ୍ତି ମିଳୁ’ ବୋଲି ଲେଖିଥିଲେ। ଜବାବ ଦେଇ ମୋଦି କହିଥିଲେ, ଆପଣଙ୍କୁ ଶୁଭକାମନା ପାଇ ଖୁସି ହେଲି। ୟୁଗ ନିଜ ଜନ୍ମଦିନରେ ପୃଥିବୀକୁ ସବୁଜସୁନ୍ଦର କରିବା ପାଇଁ କାମ କରୁଥିବା ଦେଖି ଖୁସି ଲାଗିଲା। ଏଭଳି ଭାବନା ପ୍ରଶଂସାଯୋଗ୍ୟ।

ସେପ୍ଟେମ୍ବର ୧୩ରେ ଅଜୟଙ୍କ ପୁଅ ୟୁଗଙ୍କ ଜନ୍ମଦିନ ଥିଲା। ତାଙ୍କର ଦୁଇଟି ଫଟୋ ଶେୟାର କରିଥିଲେ ଅଜୟ। ଏଥିରେ ତାଙ୍କୁ ହାତରେ କୋଦାଳ ଧରି ଗଛ ଲଗାଉଥିବା ଦେଖାଯାଇଥିଲା।

Share