Categories: ଜାତୀୟ

ସିଞ୍ଜୋ ଆବେଙ୍କ ବିୟୋଗରେ ଏକ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ନାରା ସହରରେ ଏକ ନିର୍ବାଚନୀ ପ୍ରଚାର ସଭାରେ ଉଦ୍‌ବୋଧନ ଦେଉଥିବା ବେଳେ ଗୁଳି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆବେଙ୍କ ବିୟୋଗରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ସମେତ ଭାରତର ଅନ୍ୟ ବରିଷ୍ଠ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଆବେଙ୍କ ପ୍ରତି ଗଭୀର ସମ୍ମାନ ଜଣାଇ ଜୁଲାଇ ୯ରେ ଜାତୀୟ ଶୋକ ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଘୋଷଣା କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟୁଇଟ କରି ଆବେଗଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଛନ୍ତି। ଭାରତ-ଜାପାନ ସାମରିକ ସମ୍ପର୍କ ବେଶ୍‌ ମଜଭୁତ୍‌ କରିବାରେ ତାଙ୍କର ଭୂମିକା ପ୍ରଶଂସନୀୟ ବୋଲି ରାହୁଲ କହିଛନ୍ତି।

Share