Posted inଜାତୀୟ

୩ ବଡ଼ ଅର୍ଥବ୍ୟବସ୍ଥାରେ ସାମିଲ ହେବ ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟଧିକ ଆତ୍ମବିଶ୍ୱାସରେ କହିଛନ୍ତି ଯେ, କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ତାଙ୍କ ସରକାର ରହିବ ଏବଂ ତାଙ୍କର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତିନୋଟି ବଡ ଅର୍ଥନୀତିରେ ସାମିଲ ହେବ। ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଟୁଇଟ୍‌ରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ପଞ୍ଚମ ଅର୍ଥନୀତି, ଆମେ ଏଥିପାଇଁ ଗର୍ବିତ। କିନ୍ତୁ ସେ କହିଛନ୍ତି , ମୁଣ୍ଡପିଛା ଆୟ କ୍ଷେତ୍ରରେ ଭାରତ ବିଶ୍ୱରେ ୧୨୮ ତମ ସ୍ଥାନରେ ରହିଛି, ଏବଂ ଆମେ ଏହା ବିଷୟରେ ଆଲୋଚନା କରିବା ଉଚିତ୍‌ କାରଣ ସମୃଦ୍ଧତା ମାପିବା ପାଇଁ ଏହା ସର୍ବୋତ୍ତମ ଉପାୟ।

ପ୍ରଗତି ମଇଦାନ ଉଦ୍‌ଘାଟନ ପରେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ୨୦୧୪ରେ ଯେତେବେଳେ କେନ୍ଦ୍ରରେ ପ୍ରଥମ ଥର ପାଇଁ ତାଙ୍କ ସରକାର ଗଠନ ହୋଇଥିଲା, ସେତେବେଳେ ବିଶ୍ୱର ବୃହତ ଅର୍ଥନୀତି ଦୃଷ୍ଟିରୁ ଭାରତ ଦଶମ ସ୍ଥାନରେ ଥିଲା। ସେ କହିଛନ୍ତି , ୨୦୧୯ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ତାଙ୍କ ସରକାର ଗଠନ କରାଯାଇଥିଲା ତେଣୁ ବର୍ତ୍ତମାନ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଟ୍ରାକ ରେକର୍ଡ ଆଧାରରେ ସେ ଦେଶକୁ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ତାଙ୍କ ସରକାରର ତୃତୀୟ କାର୍ଯ୍ୟକାଳରେ ଭାରତକୁ ବିଶ୍ୱର ତିନୋଟି ବଡ ଅର୍ଥନୀତିରେ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏତେ କୋଟି ଟଙ୍କା କରଜ କରିଛନ୍ତି ଏଏପିର ବଡ଼ ବଡ଼ ନେତା, ଜାଣନ୍ତୁ କେଜରିଓ୍ବାଲଙ୍କ କେତେ?

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀର ନିର୍ବାଚନ ଲଢ଼େଇରେ ଆମ ଆଦମୀ ପାର୍ଟିର ସମସ୍ତ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ବଡ଼ ତଥ୍ୟର ଖୁଲାସା...

ସୁନ୍ଦରୀ ହର୍ଷାଙ୍କ ପ୍ରେମରେ IIT ବାବା! ଇନଷ୍ଟାରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୧: ମହାକୁମ୍ଭକୁ ନେଇ ଖବର ଏବେ ହେଡଲାଇନରେ ରହିଛି। ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ସାଧୁସନ୍ଥ ଏବଂ ସାଧ୍ୱୀଙ୍କ ଖବର ମଧ୍ୟ ବେଶ ଚର୍ଚ୍ଚାରେ ରହିଛି।...

ଇଣ୍ଡିଆ ପରେ ଦିଲ୍ଲୀରେ ଭାଙ୍ଗିଲା ଏନଡିଏ ମେଣ୍ଟ! ବଡ଼ ଆକ୍ସନ ନେଲେ ଅଜିତ ପାଓ୍ବାର, ଟେନଶନରେ ମୋଦି

ନୂଆଦିଲ୍ଲୀ,୧୭।୧: ଭାଜପାକୁ ବଡ଼ ଝଟ୍‌କା। କାରଣ ଦିଲ୍ଲୀ ନିର୍ବାଚନରେ ମଇଦାନକୁ ଓହ୍ଲାଇଛି ଏନସିପି। ଅଜିତ ପାଓ୍ବାରଙ୍କ ଦଳ ଏନସିପି ଦିଲ୍ଲୀରେ ଡେବ୍ୟୁ କରିଛି। ଏଥିସହ ବିଧାନସଭା...

ମଶାଣିରେ ହାଡ ଖାଉଥିଲି, ତା’ସହ… ଆଇଆଇଟି ବାବାଙ୍କ ଭୟଙ୍କର ସାଧନା ଶୁଣିଲେ

ନୂଆଦିଲ୍ଲୀ,୧୭।୧ଆଇଆଇଟି ବାବା ଭାବେ ଭାଇରାଲ ହେବା ପରେ ହଠାତ୍‌ ମହାକୁମ୍ଭରୁ ନିଖୋଜ ହୋଇଯାଇଛନ୍ତି ବାବା। ସେ ପ୍ରୟାଗରାଜ ମହାକୁମ୍ର ଆଶ୍ରମ ଛାଡି ଦେଇଛନ୍ତି। ସେ ଏବେ...

ମହାକୁମ୍ଭରେ ବୁଡ ପକାଇବା ପାଇଁ ୧୦% ଟିକସ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୭।୧:କୁମ୍ଭର ଇତିହାସ ବହୁତ ପୁରୁଣା। କିଛିଦିନ ଧରି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନରେ ସାରା ଦେଶ ପ୍ରକମ୍ପିତ ହେୁଛି। ଏହି ଐତିହାସିକ ମହାକୁମ୍ଭ ଦେଖିବା...

ରକ୍ତ ଜୁଡୁବୁଡୁ ହୋଇଥିଲେ ସୈଫ ଅଲି ଖାନ, ହସ୍ପିଟାଲ ପହଞ୍ଚାଇଥିବା ଅଟୋ ଡ୍ରାଇଭର ବଖାଣିଲେ ସବୁକିଛି

ମୁମ୍ବାଇ,୧୭।୧: ଗୁରୁବାର ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ, ସେ ରକ୍ତ ଜୁଡୁବୁଡୁ ଏକ ଅଟୋ ରିକ୍ସାରେ ହସ୍ପିଟାଲରେ...

ଭାଜପା ଶାସିତ ରାଜ୍ୟରେ ୧୦୦ ପ୍ରତିଶତ ବଢିଲା ମନ୍ତ୍ରୀ ବିଧାୟକଙ୍କ ଦରମା

ଅଗରତାଲା,୧୭।୧: ତ୍ରିପୁରା ବିଧାନସଭା ଏହାର ବିଧାୟକ ଏବଂ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ପାଇଁ ଏକ ବିଲ ପାସ୍‌ କରିଛି। ଏହି ବୃଦ୍ଧି ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କଠାରୁ ବିଧାୟକଙ୍କ...

ଗର୍ଭବତୀ ମହିଳାଙ୍କୁ ମିଳିବ ୨୧,୦୦୦ ଟଙ୍କା, ଭାଜପା ଦେଲା ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୧୭।୧: ଦିଲ୍ଲୀରେ ଆଗକୁ ବିଧାନସଭା ନିର୍ବାଚନ ଥିଲା ବେଳେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟରେ କ୍ଷମତାରେ ଥିବା ଆପ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image