ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ତିନ ତଲାକ ଉପରେ ପ୍ରତିବନ୍ଧକ ଲଗାଇବା ତାଙ୍କ ସରକାରଙ୍କ ନିଷ୍ପତ୍ତିରେ ମୁସଲିମ ମହିଳାମାନଙ୍କ ମଧ୍ୟରେ ସାମଗ୍ରିକ ସୁରକ୍ଷା ଭାବନାକୁ ବଢାଇ ଦେଇଛି। ମୋଦି ଭାଜପା ନେତାମାନଙ୍କୁ ରକ୍ଷାବନ୍ଧନ ଅବସରରେ ମୁସଲିମ ମହିଳାଙ୍କ ନିକଟରେ ତାଙ୍କ ବାର୍ତ୍ତା ପଠାଇବାକୁ କହିଛନ୍ତି।
ସୂଚନାନୁସାରେ ସୋମବାର ରାତିରେ ପଶ୍ଚିମବଙ୍ଗ, ଓଡିଶା ଏବଂ ଝାଡଖଣ୍ଡର ଭାଜପା ନେତୃତ୍ୱାଧୀନ ଏନଡିଏ ଏମ୍ପିଙ୍କ ବୈଠକରେ ମୋଦି ଏହା କହିଛନ୍ତି। ସେ କହିଛନ୍ତି, ତିନ ତଲାକକୁ ଅପରାଧୀକରଣ କରିବା ନିଷ୍ପତ୍ତି ମୁସଲମାନ ମହିଳାମାନଙ୍କ ପାଇଁ ଏକ ବଡ଼ ପ୍ରୋତ୍ସାହନ। ଏହି ବୈଠକରେ କିଛି ଏମ୍ପି କହିଛନ୍ତି ଯେ, ରକ୍ଷାବନ୍ଧନ ସମୟରେ କାର୍ଯ୍ୟକ୍ରମ ଆୟୋଜନ କରି ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କ ନିକଟରେ ପହଞ୍ଚିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।