Categories: ଜାତୀୟ

ଅନ୍ନଦାତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୦ ।୯: ପାର୍ଲାମେଣ୍ଟରେ ରବିବାର କୃଷି ସହ ଜଡିତ ୩ ବିଧେୟକ ଉପରେ ଅନ୍ତିମ ମୋହର ଲାଗିଯାଇଛି । ବିପକ୍ଷଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସଭାରେ କୃଷି ବିଲ୍ ପାସ ହୋଇ ଯାଇଛି । ଆଉ ଏହାପରେ ସାରା ଦେଶରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କୃଷକ ବା ଅନ୍ନଦାତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଭାରତର କୃଷି ଇତିହାସରେ ଆଜିର ଦିବସ ଏକ ବଡ ଦିବସ । ପାର୍ଲାମେଣ୍ଟରେ ପାସ୍ ହୋଇଥିବା କୃଷି ବିଧେୟକକୁ ନେଇ ମୁଁ ଦେଶର ସମସ୍ତ ପରିଶ୍ରମି ଅନ୍ନଦାତାଙ୍କୁ ଶୁଭେଚ୍ଛା ଜଣାଉଛି । ଏହା କେବଳ କୃଷି କ୍ଷେତରେ ଆମୁଳଚୁଳ ପରିବର୍ତ୍ତନ ଆଣିବ ତାହା ନୁହେଁ ବରଂ ଏହାଦ୍ୱାରା କୋଟି କୋଟି କୃଷକ ସଶକ୍ତ ହେବେ । ମୋଦି କହିଛନ୍ତି କିଛି ଦଶକ ଧରି ଆମର କୃଷକ ଭଉଣୀ-ଭାଇ ଅନେକ ପ୍ରକାରର ବନ୍ଧନ ମଧ୍ୟରେ ଥିଲେ । ହେଲେ ଆଜି ଯେଉଁ ବିଧେୟକ ପାସ୍ କରାଯାଇଛି ଏଥିରେ କୃଷକମାନଙ୍କୁ ସ୍ୱାଧିନତା ମିଳିଯାଇଛି । ଏଥିରେ ସେମାନଙ୍କର ଆୟ ଦୁଇଗୁଣା କରିବାକୁ ସେମାନେ ପ୍ରୟାସ କରିବେ ଓ ସେମାନଙ୍କ ସମୃଦ୍ଧି ସୁନିଶ୍ଚିତ ହେବ । ଏହାସହ ଟେକ୍ନୋଲୋଜିର ନିକଟତର ହେବେ ଅନ୍ନଦାତା ।

Share