Categories: ଜାତୀୟ

କିଛି ନୂଆ କାମ କରିବାକୁ ହେଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ: ମୋଦି

ନୂଆଦିଲ୍ଲୀ,୧୯ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରଗତି ମଇଦାନରେ ଆଟିପିଓ ଟନେଲର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ସେ ଏହି ଟନେଲର ଯାଞ୍ଚ ମଧ୍ୟ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦଶନ୍ଧି ପୂର୍ବରୁ ଭାରତର ପ୍ରଗତି ମଇଦାନ ଭାରତର ପ୍ରଗତି, ଭାରତର ଶକ୍ତି, ଭାରତର ଉତ୍ପାଦ ଓ ଆମ ସଂସ୍କୃତି ପ୍ରଦର୍ଶନ ପାଇଁ ନିର୍ମାଣ କରାଯାଇଥିଲା । କିନ୍ତୁ ପ୍ରଗତି ମଇଦାନର ପ୍ରଗତି ବହୁ ପୂର୍ବରୁ ବନ୍ଦ ହୋଇ ଯାଇଥିଲା । ଏହାର ଯୋଜନା କାଗଜରେ ଦେଖାଯାଉଥିଲା ହେଲେ ଅସଲରେ ଏହା ଦେଖାଯାଉ ନ ଥିଲା । ଏବେ ଦେଶରେ ଲାଗି ରହିଥିବା ଅଗ୍ନିପଥ ବିବାଦକୁ ନେଇ ମୋଦି କହିଛନ୍ତି, ଏହା ହେଉଛି ନୂଆ ଭାରତ । ଏହି ଭାରତ ସମାଧାନ କରେ । ସେ କହିଛନ୍ତି କିଛି ନୂଆ କାମ ଆରମ୍ଭରୁ ଅସୁବିଧା ଦେଖାଦେଇଥାଏ ।
ମୋଦି ପ୍ରଗତି ମଇଦାନରେ ଆହୁରି ମଧ୍ୟ କହିଛନ୍ତି, ଏହା କେବଳ ରୂପ ବଦଳାଇବା ପାଇଁ କରାଯାଇ ନାହିଁ ଏହା ଭାଗ୍ୟ ବି ବଦଳାଇ ଦେବ । କେନ୍ଦ୍ର ସରକାର ଆଧୁନିକ ଇନଫ୍ରାଷ୍ଟ୍ରକ୍‌ଚର ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଇଜ ଅଫ୍ ଲିଭିଙ୍ଗ ।

Share