Categories: ଜାତୀୟ

‘କୃଷି ସହ ଜଡିତ ଯୋଜନା ଚାଷୀଙ୍କୁ ନୂଆ ବଳ ଦେଉଛି’

ନୂଆଦିଲ୍ଲୀ,୧୧।୪: କୃଷକମାନେ ପ୍ରାକୃତିକ କୃଷି ପଦ୍ଧତି ଅବଲମ୍ବନ କରିବା ସହ ପୃଥିବୀ ମାତାର ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି। ପୃଥିବୀ ସୁରକ୍ଷିତ ନ ହେଲେ ଦିନ ଆସିବ ଏହା କୃଷି ଉତ୍ପାଦନ ବନ୍ଦ କରିଦେବ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ଚାଷୀଙ୍କ ଆର୍ଥିକ ସ୍ଥିତି ଯେତେ ସୁଦୃଢ଼ ହେବ ନୂଆ ଭାରତ ସେତେ ଅଧିକ ସମୃଦ୍ଧ ହେବ। ପିଏମ୍‌ କିଷାନ ସମ୍ମାନ ନିଧି ଏବଂ ଅନ୍ୟାନ୍ୟ କୃଷି ସମ୍ପର୍କିତ ଯୋଜନା ଦେଶର କୋଟି କୋଟି ଚାଷୀଙ୍କୁ ନୂଆ ବଳ ଦେଇଥିବା ମୋଦି ଟୁଇଟ୍‌ କରି କହିଛନ୍ତି। ୧୧.୩ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୧.୮୨ ଲକ୍ଷ କୋଟି ଟଙ୍କା ପଠାଯାଇଥିବାର ଏକ ଗ୍ରାଫିକ୍‌ ସେ ଟୁଇଟରରେ ଶେୟାର କରିଛନ୍ତି।

Share