Categories: ଜାତୀୟ

ଜଣେ ଯୁବତୀଙ୍କ ଭାବପ୍ରବଣ କାହାଣୀ ଶେୟାର କଲେ ମୋଦି

ଗାନ୍ଧିନଗର,୫।୭: ଗୁଜରାଟର ଗାନ୍ଧିନଗରରେ ‘ଡିଜିଟାଲ ଇଣ୍ଡିଆ ସପ୍ତାହ ୨୦୨୨’ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଯୁବତୀଙ୍କ ଭାବପ୍ରବଣ କାହାଣୀ ପ୍ରକାଶ କରିଛନ୍ତି। ଦୁଇ ବର୍ଷ ପରେ ଆଧାର କାର୍ଡ ସାହାଯ୍ୟରେ ଯୁବତୀ ଜଣଙ୍କ କିପରି ତାଙ୍କ ପରିବାରକୁ ଭେଟି ପାରିଥିଲେ ସେନେଇ ପ୍ରଧାନମନ୍ତ୍ରୀ ବାଖ୍ୟା କରିଛନ୍ତି।
ଅନ୍ୟ ସହରର ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ରେଳ ଷ୍ଟେଶନରେ ସମ୍ପୃକ୍ତ ଯୁବତୀ ତାଙ୍କ ପରିବାରଠାରୁ ଅଲଗା ହୋଇଯାଇଥିଲେ। ଜଣେ ଅଜଣା ବ୍ୟକ୍ତି ଯୁବତୀଙ୍କୁ କିଛି ଦିନ ପାଇଁ ସୀତାପୁରର ଏକ ଅନାଥ ଆଶ୍ରମକୁ ନେଇଗଲେ। ଦୁଇ ବର୍ଷ ପର୍ଯ୍ୟନ୍ତ ସେ ଅନାଥ ଆଶ୍ରମରେ ରହିଥିଲେ। ଦ୍ୱାଦଶ ବୋର୍ଡ ପରୀକ୍ଷା ଅନେକ ଝିଅ ନିଜ ସମ୍ପର୍କୀୟଙ୍କ ଘରକୁ ଫେରିଗଲେ। ଅନାଥ ଆଶ୍ରମ ତାଙ୍କୁ ଲକ୍ଷ୍ନୌ ଶାଖାକୁ ସ୍ଥାନାନ୍ତର କଲା। ଏଠାରେ ଅଧିକାରୀମାନେ ଆଧାର କାର୍ଡ ଜାରି କରିବାକୁ ଆସିଥିଲେ। ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ଅଧିକାରୀମାନେ ତାଙ୍କୁ ଆଧାର କାର୍ଡ ବିବରଣୀ ବ୍ୟବହାର କରି ତାଙ୍କ ପରିବାର ଖୋଜିବାରେ ସାହାଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆଗରେ ଯୁବତୀ ଜଣଙ୍କ ନିଜ ବିତିଥିବା ଘଟଣାକୁ ପ୍ରକାଶ କରିଥିଲେ। ଗାନ୍ଧିନଗରରେ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏଭଳି ଅନେକ ଘଟଣା ଶେୟାର କରି ଡିଜିଟାଲ ଇଣ୍ଡିଆର ସଫଳତା ବିଷୟରେ ଉଲ୍ଲେଖ କରିଥିଲେ।
ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟୋ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Share