Categories: ଜାତୀୟ

୧୦ ହଜାର ଟଙ୍କାର ଶପିଂ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜାଣନ୍ତୁ କ’ଣ କିଣିଲେ

ନୂଆଦିଲ୍ଲୀ,୯।୩: ସାରା ଦେଶରେ ଅନ୍ତର୍ଜାତୀୟ ମହିଳା ଦିବସ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମୋଦି ମହିଳାଙ୍କ ହାତ ତିଆରି ଜିନିଷ କିଣିଥିଲେ। ତାମିଲନାଡୁର ମହିଳାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଶାଲ୍‌ କିଣିଥିଲେ। ଏହି ଶାଲ୍‌ ଟୋଡା ଜନଜାତି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏହାପରେ ମୋଦି ଏକ ଆଦିବାସୀ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ କିଣିଥିଲେ। ଏହି ପେଣ୍ଟିଂରେ ଆଦିବାସୀ ସମୁଦାୟଙ୍କ କଳା ସ୍ଥାନ ପାଇଛି। ଏହାକୁ ୫୬୭ଟଙ୍କା ଦେଇ ମୋଦି କିଣିଥିଲେ। ମହିଳା ଦିବସ ଅବସରରେ ମୋଦି ନଗା ଶଲ୍‌ କିଣିଛନ୍ତି। ଟୁଇଟର୍‌ରେ ଏହାର ଫଟୋ ଶେୟାର କରି ମୋଦି କହିଛନ୍ତି, ଭାରତ ନଗା ସଂସ୍କୃତିକୁ ନେଇ ଗର୍ବ କରେ। ଏହି ନଗା ଶାଲ୍‌କୁ ୨୮୦୦ ଟଙ୍କା ନେଇ ମୋଦି କିଣିଥିଲେ। ଏହାପରେ ଖଦି ଷ୍ଟ୍ରଲ୍‌ ବା ଗାମୁଛା ୧୩୦୦ ଟଙ୍କା, ପଶ୍ଚିମବଙ୍ଗ ମହିଳାଙ୍କ ଦ୍ୱାରା ଜୋତରୁ ପ୍ରସ୍ତୁତ ଫାଇଲ୍‌ ଫୋଲଡର୍‌କୁ ୨୨୨ ଟଙ୍କା, ଆସାମ ଗାମୁଛା ୧୯୫୦ ଟଙ୍କା, କେରଳ ପାମ୍‌ କ୍ରାଫ୍ଟକୁ ୨୨୩୭ ଟଙ୍କା ଦେଇ ପ୍ରଧାନମନ୍ତ୍ରୀ ମୋଦି କିଣିଥିଲେ।

Share