Categories: ଜାତୀୟ

ଦଶହରାରେ ନିର୍ବାଚନୀ ବିଗୁଲ ବଜାଇଲେ ମୋଦି

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ହିମାଚଳ ପ୍ରଦେଶରେ ଗସ୍ତରେ ଯାଇଛନ୍ତି। ଏହି ସମୟରେ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି। ବିଲାସପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶର ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇଛନ୍ତି। ଏହା ମୋଦିଙ୍କର ନିର୍ବାଚନୀ ବିଗୁଲ ବୋଲି ଚର୍ଚ୍ଚା ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସକୁ ସମାଲୋଚନା କରିଥିଲେ। ପୂର୍ବତନ କଂଗ୍ରେସ ସରକାର କେବଳ ଶିଳାନ୍ୟାସ କରୁଥିଲେ। ସେମାନେ ପ୍ରକୃତ ବିକାଶ ମୂଳକ ପ୍ରକଳ୍ପକୁ ନିର୍ବାଚନ ସରିବା ସହ ଭୁଲି ଯାଉଥିଲେ। ହେଲେ ଭାଜପା ସରକାର କେବଳ ଶିଳାନ୍ୟାସ କରେ ନାହିଁ। ବିଜେପି ସରକାର ବିକାଶ ପ୍ରକଳ୍ପର ଉଦଘାଟନ ମଧ୍ୟ କରେ ବୋଲି ମୋଦି କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୮ରେ ହିମାଚଳ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ। ତେଣୁ ନଭେମ୍ବର ପ୍ରଥମ କିମ୍ବା ଶେଷ ଭାଗରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା କୁହାଯାଉଛି।

Share