Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟବେଳେ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ନିଜ ମନ୍ତବ୍ୟ ରଖୁଛନ୍ତି। ଏହି ସମୟରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମଧ୍ୟରେ ବିରୋଧୀ କକ୍ଷତ୍ୟାଗ କରିଛନ୍ତି। ମଣିପୁରକୁ ନେଇ ବିରୋଧୀମାନେ ଲଗାତାର ନାରାବାଜି କରୁଥିଲେ। ବିରୋଧୀଙ୍କ କକ୍ଷତ୍ୟାଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଲୋକଙ୍କ କାମ ଏଭଳି। ଅପଶଦ୍ଦ କୁହ, ମିଛ କୁହ ଏବଂ ପଳାୟନ କର। ବିରୋଧୀଙ୍କ ପାଖରେ ଶୁଣିବାକୁ ଧର୍ଯ୍ୟ ନାହିଁ।

 

Share