Categories: ଜାତୀୟ

ଲାଲୁଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୨: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବୃକକ୍‌ ପ୍ରତିରୋପଣ(କିଡନୀ ଟ୍ରାନ୍ସପ୍ଲାଣ୍ଟ) କରାଯାଇଛି। ସୋମବାର ସିଙ୍ଗାପୁରର ଏକ ଡାକ୍ତରଖାନାରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ସେ ଏନେଇ ଲାଲୁଙ୍କ ପୁଅ ତଥା ବିହାରର ଡେପୁଟି ସିଏମ୍‌ ତେଜସ୍ବୀ ଯାଦବଙ୍କ ସହ ଫୋନ୍‌ରେ କଥା ହୋଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ୭୪ ବର୍ଷୀୟ ଲାଲୁ କିଡନୀଜନିତ ଜଟିଳ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ଡାକ୍ତରମାନେ ତାଙ୍କୁ କିଡନୀ ଟ୍ରାନ୍ସପ୍ଲାଣ୍ଟ ଲାଗି ପରାମର୍ଶ ଦେଇଥିଲେ। ତେବେ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜର ଗୋଟିଏ କିଡନୀ ଦେବାକୁ ଆଗକୁ ଆସିଥିଲେ। ଏହାପରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଅସ୍ତ୍ରୋପଚାର ହେବାକୁ ସ୍ଥିର କରାଯାଇଥିଲା। ଅସ୍ତ୍ରୋପଚାର ଶେଷ ହେବା ପରେ ତେଜସ୍ବୀ ଟୁଇଟ କରି ଉଭୟ ସୁସ୍ଥ ଥିବା କହିଛନ୍ତି।

Share