ପନ୍ତଙ୍କ ମା’ଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଶୁକ୍ରବାର ସେ ପନ୍ତଙ୍କ ମା’ଙ୍କ ସହ କଥା ହୋଇଛନ୍ତି। ଫୋନ୍‌ ବାର୍ତ୍ତାଳାପରେ ସେ କ୍ରିକେଟରଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିବା ଜଣାପଡ଼ିଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପନ୍ତଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ, ଯେଉଁଥିରେ ସେ ଭାରତୀୟ କ୍ରିକେଟରଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ।

କହିରଖୁଛୁ ଯେ, ମୋଦି ଶୁକ୍ରବାର ନିଜର ମା’ଙ୍କୁ ହରାଇଛନ୍ତି। ଏଭଳି ଦୁଃଖଦ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଭାବେ ସେ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏପରିକି ପନ୍ତଙ୍କ ମା’ଙ୍କ ସହ କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Share