Categories: ଜାତୀୟ

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ମାନବୀୟ ସହାୟତା ଜାରି ରଖିବୁ

ନୂଆଦିଲ୍ଲୀ,୧୯।୨୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାଲେଷ୍ଟାଇନ ରାଷ୍ଟ୍ରପତି ମହମୂଦ ଅବ୍ବାସଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ସେ ଗାଜାର ଅଲ-ଅହଲି ହସ୍ପିଟାଲରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମହମୂଦ ଅବ୍ବାସଙ୍କ ସହ ବାର୍ତ୍ତାଳାପରେ ଗାଜାର ଅଲ ଅହଲି ଡାକ୍ତରଖାନାରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ମୁଁ ସମବେଦନା ଜଣାଇଛନ୍ତି। ଆମେ ପାଲେଷ୍ଟାଇନବାସୀଙ୍କୁ ମାନବିକ ସହାୟତା ପଠାଇବା ଜାରି ରଖିବୁ। ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳର ନିରାପତ୍ତା ଅବସ୍ଥାକୁ ନେଇ ଆମେ ଆମର ଗଭୀର ଚିନ୍ତା ବାଣ୍ଟିଛୁ। ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ଆମେ ଭାରତର ଦୀର୍ଘ ଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଛୁ।

ସୂଚନାଯୋଗ୍ୟ, ମଙ୍ଗଳବାର ଅଲ ଅହଲି ଡାକ୍ତରଖାନା ବିସ୍ଫୋରଣରେ ୪୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Share