Categories: ଜାତୀୟ

ମୁଲାୟମଙ୍କ ସହ କଥା ହୋଇ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୨ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ସେ ଶ୍ରୀ ଯାଦବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି ମୁଲାୟମ ହେଉଛନ୍ତି ଆମ ଦେଶର ସବୁଠାରୁ ବରିଷ୍ଠ ଓ ଅନୁଭବି ରାଜନେତାଙ୍କ ମଧ୍ୟରେ ଜଣେ, ଯିଏ କୃଷି ଓ ଗ୍ରାମୀଣ ବିକାଶକୁ ନେଇ ଉତ୍ସାହି ଥିଲେ । ମୁଁ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛି । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ୮୧ତମ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ନେତା ଶୁଭେଚ୍ଛା ଜଣାଇଛନ୍ତି ।

Share