Categories: ଜାତୀୟ

ସହାରନପୁରରେ ସମ୍ବୋଧନ ଦେବା ସମୟରେ ୫ ମିନିଟ ପର୍ଯ୍ୟନ୍ତ ମୁସଲମାନ ମହିଳାଙ୍କ କଥା କହିଲେ ମୋଦି

ନୂଆଦିଲ୍ଲୀ,୧୦ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସହାରନପୁରରେ ଏକ ବଡ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ବିରୋଧିଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ବିଶେଷ ଭାବେ ମୋଦିଙ୍କ ଟର୍ଗେଟରେ ଥିଲେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି । ଏହି ସମ୍ବୋଧନରେ ମୋଦି ମୁସଲମାନ ମହିଳା ଓ ଝିଅଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ହିଜାବର ନାଁ ନ ନେଇ ସେ ଏହା ଉପରେ ନିଜର ମତ ବି ରଖିଦେଇଛନ୍ତି ।
ଦୀର୍ଘ ୪୦ ମିନିଟର ଭାଷଣ ମଧ୍ୟରେ ମୋଦି କେବଳ ୫ ମିନିଟ ମୁସଲମାନ ମହିଳାଙ୍କ ସମ୍ପର୍କରେ କହିଥିଲେ । ସେ ତିନ ତଲାକ ଓ ମୁସଲମାନ ମହିଳାଙ୍କ ପ୍ରତି ହେଉଥିବା ଉତ୍ପିଡନ କଥା ବି ଉଠାଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ମୁସଲମାନ ମହିଳାଙ୍କ ସୁରକ୍ଷା ପାଇଁ ଯୋଗୀ ସରକାର ବହୁତ ଜରୁରୀ । ବିକାଶ କ୍ଷେତ୍ରରେ ସେ ମହିଳାଙ୍କ ସହଯୋଗର ପ୍ରଶଂସା କରିଥିଲେ । ମୋଦି କହିଥିଲେ ମୁସଲମାନ ମାଆ ଓ ଭଉଣୀମାନେ ଆମ ସଫା ଆଇନକୁ ଭଲ ଭାବେ ବୁଝି ପାରିଥିବେ । ଆମେ ତିନ ତଲାକର ଜୁଲମରୁ ସେମାନଙ୍କୁ ମୁକ୍ତି ଦେଲୁ । ତିନ ତଲାକକୁ ନେଇ ଆମେ ଯେଉଁ ଆଇନ ଆଣିଛୁ ସେଥିରେ ମୁସଲମାନ ମହିଳାଙ୍କୁ ସୁରକ୍ଷାର ବିଶ୍ୱାସ ଦେଲୁ ।

Share