୨୦୨୨ ୟୁପି ଫଳାଫଳ ୨୦୨୪କୁ ଆମନ୍ତ୍ରଣ କରୁଛି

ନୂଆଦିଲ୍ଲୀ,୧୦।୩: ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଐତିହାସିକ ଫଳାଫଳ ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ଆମନ୍ତ୍ରଣ କରୁଛି। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଉଦ୍‌ବୋଧନ ଦେବା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ସମେତ ମଣିପୁରରେ ଭାଜପାର ବିଜୟ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ମୋଦି ସ୍ବାଗତ କରିଛନ୍ତି। ଏପରିକି ଭାଜପା କର୍ମକର୍ତ୍ତା ଏବଂ ଜନସାଧାରଣଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ଭାଜପା କର୍ମକର୍ତ୍ତା ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିଛନ୍ତି। ମାର୍ଚ୍ଚ ୧୦ରୁ ଦେଶରେ ହୋଲି ଉତ୍ସବ ପାଳନ କରାଯିବ ବୋଲି କର୍ମକର୍ତ୍ତାମାନେ କହିଥିବା ବେଳେ ନିଜ ପ୍ରତିଶ୍ରୁତି ରଖିଛନ୍ତି ବୋଲି ମୋଦି କହିଛନ୍ତି। ଉତ୍ତରପ୍ରଦେଶ ଦେଶକୁ ଅନେକ ପ୍ରଧାନମନ୍ତ୍ରୀ ଦେଇଛି, କିନ୍ତୁ ୩୭ ବର୍ଷ ପରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଜିତେଇବା ଏହା ୟୁପିରେ ଇତିହାସ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଅନ୍ୟପକ୍ଷେ ମହିଳା ମତଦାତା ଭାଜପାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିବାରୁ ମୋଦି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share