ହାଇଦ୍ରାବାଦ୍,୧୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର ଆନ୍ଧ୍ରପ୍ରଦେଶରେ ଏକ ରାଲିରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେଠାରେ ପ୍ରବଳ ଭିଡ ଜମିଥିଲା। ଏହି ରାଲିରେ ଜନ ସେନା ପାର୍ଟି ମୁଖ୍ୟ ତଥା ଅଭିନେତା ପଓ୍ବନ କଲ୍ୟାଣ ମଧ୍ୟ ଯୋଗ ଦେଇଥିଲେ। ପଓ୍ବନ କଲ୍ୟାଣ ଭାଷଣ ଦେଉଥିବାବେଳେ ଲୋକେ ସେଠାରେ ଥିବା ବିଦ୍ୟୁତ୍ ଟାଓ୍ବାର ଉପରକୁ ଚଢିଯାଇଥିଲେ। ଏହା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଓ୍ବନ କଲ୍ୟାଣଙ୍କ ଭାଷଣ ଟିକେ ରୋକିବାକୁ ଅନୁରୋଧ କରିଥିଲେ। ଟାୱାରରେ ଚଢୁଥିବା ଲୋକଙ୍କୁ ଓହ୍ଲାଇବାକୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।
ପ୍ରଧାନମନ୍ତ୍ରୀ ମାଇକ ଧରି ଟାଓ୍ବାର ଉପରେ ଥିବା ଲୋକଙ୍କୁ କହିଥିଲେ, ସେମାନଙ୍କ ଜୀବନ ଅତ୍ୟନ୍ତ ମୂଲ୍ୟବାନ, ତେଣୁ ତଳକୁ ଓହ୍ଲାନ୍ତୁ କାରଣ ବିଦ୍ୟୁତ ତାର ଲାଗିଯିବାର ଆଶଙ୍କା ରହିଛି। ଭାଜପା ନେତା ଅମିତ ମାଲବ୍ୟ ଟୁଇଟରରେ ଏହି ଘଟଣାର ଭିଡିଓ ଶେୟାର କରୁଥିବାବେଳେ ପିଏମ ମୋଦିଙ୍କୁ ପିତାତୁଲ୍ୟ ଆଖ୍ୟା ଦେଇଛନ୍ତି।
When Prime Minister Modi requested Pawan Kalyan to pause his speech and asked people, who had climbed light towers, to come down… आपकी ज़िंदगी हमारे लिए बहुत क़ीमती है, like a father figure, said the concerned PM. pic.twitter.com/JZmGVDUFFj
— Amit Malviya (@amitmalviya) March 17, 2024