Posted inଜାତୀୟ

ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ବଡ଼ ଭବିଷ୍ୟବାଣୀ କଲେ ମୋଦି, ଜାଣି ତାଜୁବ ହେବେ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଇଣ୍ଡିଆ ମହାମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରିବା ସହ ସେମାନେ ଭୋଟବ୍ୟାଙ୍କକୁ ଖୁସି କରିବା ପାଇଁ ଏଥର ପ୍ଲାନିଂ କରୁଛନ୍ତି ବୋଲି ମୋଦି କହିଛନ୍ତି। ଏଥିସହ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ମଧ୍ୟ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଯାହା ସମସ୍ତଙ୍କୁ ତାଜୁବ କରିଛି। ବିହାରର ପାଟଳିପୁତ୍ର ଜନସଭାକୁ ସମ୍ବୋଧିତ କରିବା ସମୟରେ ସେ ବିରୋଧୀ ମେଣ୍ଟକୁ ଟାର୍ଗେଟ କରିବା ସହ ସେମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ବଡ଼ ବୟାନ ଦେଇଛନ୍ତି।

ମୋଦି କହିଛନ୍ତି, ସେମାନେ ୫ବର୍ଷରେ ୫ଟି ପିଏମ ଦେବାକୁ ଯୋଜନା କରିଛନ୍ତି। ଏହି ନିର୍ବାଚନ କେବଳ ଏମପି ନିର୍ବାଚିତ କରିବା ନୁହେଁ ପ୍ରଧାନମନ୍ତ୍ରୀ ନିର୍ବାଚିତ କରିବା ଅଟେ। ଜନତାଙ୍କ ଭୋଟ ଏତେ ଶକ୍ତିଶାଳୀ ଯାହା ପିଏମ କିଏ ହେବ ତାହା ନିଷ୍ପତ୍ତି ନେଇପାରେ। ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ନିଷ୍ପତ୍ତି ନିଆସରିଛି। ଗାନ୍ଧୀ ପରିବାରର ପୁଅ, ସପା ପରିବାରର ପୁଅ, ଏନସିପି ପରିବାରର ଝିଅ, ଏଏପି ମୁଖ୍ୟଙ୍କ ସ୍ତ୍ରୀ, ଟିଏମସି ପରିବାରର ଭଣଜା, ନକଲି ଶିବସେନାଙ୍କ ପୁଅ, ଆରଜେଡିର ପୁଅ କିମ୍ବା ଝିଅ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଯୋଗ୍ୟ ବିବେଚିତ ହୋଇପାରନ୍ତି। ଏହି ପାଞ୍ଚଟି ପରିବାରର ପ୍ଲାନିଂ ଅଛି କି, ଏମାନେ ୫ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦକୁ କବଜା କରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ମୃତଦେହ ନେଇ ଫେରିବା ବେଳେ ଖାଲରେ ପଶିଲା ଆମ୍ବୁଲାନ୍ସ, ଗୋଟିଏ ଝଟ୍‌କାରେ ଉଠି ବସିଲେ ବୃଦ୍ଧ; ତା’ ପରେ…

କୋହ୍ଲାପୁର,୩।୧: ମହାରାଷ୍ଟ୍ରର କୋହ୍ଲାପୁରରେ ଏକ ଚମତ୍କାର କଲା ଭଳି ଘଟଣା ଘଟିଛି। ଏଠାରେ ଜଣେ ବୃଦ୍ଧ ଖାଲ ଯୋଗୁ ପୁନର୍ଜନ୍ମ ପାଇଛନ୍ତି। ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କ...

ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଖୁସିଖବର ଦେବେ ସରକାର, ବଢ଼ିବ DA !

ନୂଆଦିଲ୍ଲୀ,୩।୧: ନୂଆବର୍ଷରେ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସିଖବର ଦେବେ କେନ୍ଦ୍ର ସରକାର। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ମହଙ୍ଗା ଭତ୍ତା...

‘ମୁଁ ସ୍ବପ୍ନରେ ଦେଖିଛି ଯେ ରାଷ୍ଟ୍ରପତି ଭବନ ତଳେ ଶିବଲିଙ୍ଗ ଅଛି’

ନୂଆଦିଲ୍ଲୀ,୩।୧: ସମ୍ଭଲ ଶାହି ଜାମା ମସଜିଦ୍‌ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନେତା ରସିଦ ଅଲଭି ବିବାଦୀୟ ବୟାନ ଦେଇଛନ୍ତି।...

ଭାଜପା ପାଖରେ ନାହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥି: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜଧାନୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିବା ସହ...

ମୁଁ ବି କାଚର ଘର ତିଆରି କରିପାରି ଥାଆନ୍ତି, ଟାର୍ଗେଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩।୧: ଚଳିତ ବର୍ଷ ଫେବୃଆରୀରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିଗୁଲ ବଜାଇଛନ୍ତି। ପ୍ରଧାନମନ୍ତ୍ରୀ ରୋହିଣୀର ଜାପାନୀ...

ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୩ ମାଓବାଦୀ

ଭୁବନେଶ୍ୱର,୩।୧: ଛତିଶଗଡ଼ ଗରିଆବନ୍ଧ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ଘଟିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଗରିଆବନ୍ଧ ଅଞ୍ଚଳରେ...

ହସିନାଙ୍କୁ ମାଗୁଛି ବାଂଲାଦେଶ, ହେଲେ ୟୁନୁସ ସରକାର କରିଦେଲେ ଏମିତି ଭୁଲ, ଏବେ ଭାରତ କ’ଣ କରିବ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୩।୧: ବାଂଲାଦେଶ ବାରମ୍ବାର ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଛି। ସେ ଭାରତକୁ ନିବେଦନ କରିଛି। ଏବେ ପ୍ରଶ୍ନ ହେଉଛି ଭାରତ ଶେଖ ହସିନାଙ୍କୁ ହସ୍ତାନ୍ତର...

‘ଅତୁଲଙ୍କ ଭଳି ମୁଁ ବି କରିବି ଆତ୍ମହତ୍ୟା’, ନିକିତାଙ୍କ ଜାମିନ ଶୁଣାଣି ପୂର୍ବରୁ କାହିଁକି ଏମିତି କହିଲେ ଚାଚା

ବେଙ୍ଗାଲୁରୁ,୩।୧: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ଦେଶର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ନିକିତା ସିଙ୍ଗାନିଆ, ନିଶା ସିଙ୍ଗାନିଆ ଏବଂ ଅନୁରାଗଙ୍କ ଜାମିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri