Categories: ଜାତୀୟ

ବିରୋଧୀଙ୍କ ବୈଠକ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ…

ନୂଆଦିଲ୍ଲୀ,୧୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୋର୍ଟ ବ୍ଲେୟାରରେ ବୀର ସାବରକର ଅନ୍ତର୍ଜାତୀୟ ଏୟାରପୋର୍ଟର ନବନିର୍ମିତ ଇଣ୍ଟିଗ୍ରେଟେଡ୍‌ ଟର୍ମିନାଲ ଭବନର ଭର୍ଚୁଆଲ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବାଙ୍ଗାଲୁରୁରେ ଚାଲିଥିବା ବିରୋଧୀ ଦଳର ବୈଠକକୁ ନେଇ କଟାକ୍ଷ କରିବାକୁ ପଛାଇ ନାହାନ୍ତି। ବିରୋଧୀ ଦଳ ଦେଶର କଲ୍ୟାଣ ଅପେକ୍ଷା ବ୍ୟକ୍ତିଗତ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏସବୁ ଦଳର ଗୋଟିଏ ଲକ୍ଷ୍ୟ ହେଉଛି, ପରିବାର ଦ୍ୱାରା ଏବଂ ପରିବାର ପାଇଁ ବୋଲି କହିବା ସହ ସେମାନେ ବଂଶବାଦ ରାଜନୀତିର ପ୍ରସାର କରୁଥିବା ମୋଦି ଅଭିଯୋଗ କରିଛନ୍ତି।

ବିରୋଧୀଙ୍କ ସମ୍ମିଳନୀ ହେଉଛି କଟର ଭ୍ରଷ୍ଟାଚାର ସମ୍ମିଳନୀ। ବିଭିନ୍ନ ଘୋଟାଲାରେ ଦୋଷୀ ହେଲା ଏହି ବୈଠକ ଲାଗି ଯୋଗ୍ୟତା।ଭ୍ରଷ୍ଟାଚାରରେ ଲିପ୍ତ ଥିବା ଦଳଗୁଡ଼ିକ ଦେଶ ସହ ଅନ୍ୟାୟ କରିଛନ୍ତି। ସେମାନେ ଜାତିବାଦର ବିଷ ବିକ୍ରି କରୁଛନ୍ତି। ଏହି ନେତାମାନେ ପଶ୍ଚିମବଙ୍ଗ ହିଂସାକୁ ନେଇ କିନ୍ତୁ ମୁହଁ ଖୋଲିବେ ନାହିଁ। ତେବେ ଦେଶବାସୀ ୨୦୨୪ରେ ଆମକୁ ଆଣିବେ ବୋଲି ନିଷ୍ପତ୍ତି ନେଇ ସାରିଛନ୍ତି। ବୋଲି ମୋଦି କହିଛନ୍ତି।

Share