Categories: ଜାତୀୟ

୨୦୨୪ ନିର୍ବାଚନ ପାଇଁ ଆରମ୍ଭ ହେବ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ

ହାଇଦ୍ରାବାଦ,୩ ।୭: ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୂତ ହେଲାଣି ଭାରତୀୟ ଜନତା ପାର୍ଟି(ଭାଜପା) । ସମସ୍ତ ସରକାରୀ ଯୋଜନାକୁ ଲାଭାର୍ଥିଙ୍କ ନିକଟରେ ପହଞ୍ଚାଇବା ଓ ପ୍ରତିଟି ନାଗରିକଙ୍କୁ ଭାଜପା ସହ ଯୋଡିବାକୁ ‘ହର ଘର ତ୍ରିରଙ୍ଗା’ ସମେତ କିଛି ଅଭିଯାନ ଆରମ୍ଭ କରାଯିବାର ଯୋଜନା କରାଯାଇଛି । ବିଧାନସଭା ନିର୍ବାଚନରେ ଭାଜପାକୁ ମିଳିଥିବା ସଫଳତାକୁ ନେଇ ଏହାର ଶ୍ରେୟ ମୋଦି ସରକାରଙ୍କ ଗରିବଙ୍କ ପାଇଁ କରାଯାଇଥିବା କଲ୍ୟାଣକାରୀ ଯୋଜନାର ପ୍ରୟାସ ବୋଲି କହିଛନ୍ତି ଦଳର ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତେବେ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସିକନ୍ଦରାବାଦର ପରେ ଗ୍ରାଉଣ୍ଡରେ ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଶନିବାର ହାଇଦ୍ରାବାଦରେ ଆରମ୍ଭ ହୋଇଥିବା ୨ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକରେ ଭୋଟରଙ୍କ ପର୍ଯ୍ୟନ୍ତ ଦଳ ପହଞ୍ଚିବାକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି । ରବିବାର ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ଯାତ୍ରାରେ ପ୍ରଧାନମନ୍ତ୍ରୀ ୨୦୨୩ରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇବେ ବୋଲି ଅନୁମାନ କରାଯାଉଛି । ରବିବାର ସନ୍ଧ୍ୟାରେ ସେ ହାଇଦ୍ରାବାଦରେ ଜନ ସଭାକୁ ସମ୍ବୋଧନ କରିବେ ।

Share