Categories: ଜାତୀୟ

ସେନାଙ୍କ ସହ ଦୀପାବଳି ପାଳିବେ ମୋଦି

ନୂଆଦିଲ୍ଲୀ,୪ ।୧୧: ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଦେଶର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବେ । ଏଥର ସେ ଜମ୍ମୁ-କଶ୍ୱୀର ରଜୌରି ଜିଲା ନୌସେରା ସେକ୍ଟରରେ ସେନାଙ୍କ ସହ ଦୀପାବଳି ପାଳନ କରିପାରନ୍ତି । ମୋଦିଙ୍କ ଗସ୍ତକୁ ଦେଖି ଲାଇନ ଅଫ୍ କଣ୍ଟ୍ରୋଲ ନିକଟରେ ମୂତୟନ ଥିବା ଯବାନଙ୍କୁ ଆଲର୍ଟ କରାଯାଇଛି । ଏହାସହ କଶ୍ମୀର ଘାଟିର ଅନେକ ଅଞ୍‌ଳରେ ସୁରକ୍ଷା କଡା କଡି କରାଯାଇଛି । ତେବେ ଯବାନଙ୍କ ସହ ମୋଦି ଦୀପାବଳି ପାଳନ କରିବାକୁ ଥିବା ବେଳେ ଶେଷରେ ବି ସ୍ଥାନ ପରିବର୍ତ୍ତନ କରାଯାଇପାରେ । ସୁରକ୍ଷା ଦୃଷ୍ଟିରୁ ତାଙ୍କ ଯାତ୍ରାକୁ ଗୁପ୍ତ ରଖାଯାଇଥାଏ ।
ପ୍ରଥମଥର ଲାଗି ମୋଦି ଯବାନଙ୍କ ସହ ଦୀପାବଳି ପାଳନ କରୁ ନାହାନ୍ତି । ଏହା ପୂର୍ବରୁ ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରେ ମୋଦି ଜମ୍ମୁ-କଶ୍ମୀର ପହଞ୍ଚିଥିଲେ ଏହି ସମୟରେ ମୋଦି ରାଜୌରି ଜିଲାରେ ମୁତୟନ ଥିବା ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ସୂଚନାଯୋଗ୍ୟ, ପ୍ରତିବର୍ଷ ମୋଦି ସେନାଙ୍କ ସହ ଦୀପାବଳି ପାଳନ କରିବାକୁ ଭିନ୍ନ ଭିନ୍ନ ସୀମା ବଛିଥାଆନ୍ତି । ଏହାପରେ ସେ ଯବାନଙ୍କ ସହ ଦୀପାବଳି ପାଳନ କରି ସେମାନଙ୍କୁ ମିଠା ଖୁଆଇ ଥାଆନ୍ତି ।

Share